www.samajalive.in
Monday, December 8, 2025
24.1 C
Bhubaneswar

ସମାଜସେବୀ କୃପାସିନ୍ଧୁ ବାରିକଙ୍କ ପରଲୋକ

ଆରଡ : ଭଦ୍ରକ ଜିଲା ଆରଡିଧାମ ନିକଟସ୍ଥ ମୁଆଁ ଗାଁର ସମାଜସେବୀ କୃପାସିନ୍ଧୁ ବାରିକଙ୍କର ଗତ ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ଖବର ପାଇ ଶ୍ରୀ ବାରିକଙ୍କ ଗାଁ ସମେତ ଆରଡିଧାମ ଓ ଚାନ୍ଦବାଲି ବ୍ଲକରେ ଶୋକର ଛାୟା ଖେଳି ଯାଇଥିଲା। ଶ୍ରୀ ବାରିକ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରୁ ଉତ୍ତିନ୍ନ ହେବା ପରେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହ ପ୍ରଥମେ କିଛିବର୍ଷ ନିଜ ଗାଁ ମୁଆଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ରାଜ୍ୟ ସରକାରଙ୍କ ଅଧିନରେ ସେଲଟ୍ୟାକ୍ସର ଉଚ୍ଚ ପ୍ରଦାଧିକାରୀ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇବା ପରେ ୬୦ବର୍ଷରେ ଅବସର ନେଇ ନିଜକୁ ସାମଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ। ଏପରିକି କିଛି ବର୍ଷ ରାଜନୈତିକ ପୃଷ୍ଠପୋଷକତାକୁ ଆସି ଚାନ୍ଦବାଲି ବ୍ଲକ ୧ନଂ ଜୋନରୁ ଜିଲାପରିଷଦରେ ସର୍ବାଧିକ ଭୋଟରେ ବିଜୟ ହେବା ପରେ ୫ବର୍ଷ ସାଧାରଣ ଲୋକଙ୍କର ଆଦରଣିୟ ହୋଇ ପାରିଥିଲେ। ଏଥିସହ ବିଭିନ୍ନ ଅନୁଷ୍ଠାନରେ ରହି ବହୁ ଗଠନ ମୂଳକ କାର୍ଯ୍ୟ କରିବା ସହିତ ଦାନ ଧର୍ମରେ ନିଜକୁ ସର୍ମପଣ କରିଥିଲେ। କିଛି ବର୍ଷ ଭଦ୍ରକରେ ରହିଥିଲେ ମଧ୍ୟ ଗାଁର ମାଟିକୁ ଭୁଲି ନଥିଲେ । ଗାଁର ଦୋଳଯାତ୍ରା ସମେତ ପୀଠର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀରେ ନିଜକୁ ସାମିଲ କରିଥାନ୍ତି।

ସୂଚନା ଅନୁଯାୟୀ, ଶ୍ରୀ ବାରିକ ପରିବାର ସହ ଗତ ମଙ୍ଗଳବାର ନିଜ ଗାଁକୁ ଏକ କାର୍ଯ୍ୟରେ ଆସି ମଣିବାବାଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଭଦ୍ରକ-ଆଖଣ୍ଡଳମଣି ମୂଖ୍ୟ ରାସ୍ତାର କୋଠାର ନିକଟରେ ହୃଦଘାତରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ଶ୍ରୀ ବାରିକଙ୍କ ମର ଶରୀର ନିଜ ଗାଁକୁ ଆଣିବା ପରେ ସୁନ୍ଦରପୁର, ଓଳଗ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜନପ୍ରତିନିଧିଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହ ଶେଷ ଦର୍ଶନ କରିଥିଲେ। ସେହିପରି ନାନ୍ଦପୁର ପଞ୍ଚାୟତର ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପୂର୍ବତନ ସରପଞ୍ଚ ସରୋଜ ଦାସ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଆରଡି ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଢୀ, ଯୁବନେତା ଆଷିଶ ପାଢୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ମର ଶରୀରରେ ମାଲ୍ୟାର୍ପଣ କରିଥିଲେ। ଏପରିକି ଆରଡି ବସଷ୍ଟାଣ୍ଡ ଠାରୁ ଶ୍ରୀ ବାରିକଙ୍କ ଗାଁ ମୁଆଁ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରାଯିବା ସହିତ କିଛି ସମୟ ପାଇଁ ଆଖଣ୍ଡଳମଣିଙ୍କ କାର୍ଯ୍ୟାଳୟ ନିକଟରେ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ ଶ୍ରୀ ବାରିକଙ୍କ ମରଶରୀରକୁ ରଖା ଯାଇଥିଲା। ସେହିପରି ଭଦ୍ରକ-ବାଲେଶ୍ୱର ସମବାୟ ସେବାସଂସ୍ଥା, ଆରଡି ପଞ୍ଚାୟତ କାର୍ଯ୍ୟାଳୟର ଅଧିକାରିଙ୍କୁ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏଥିସହ ମୁଆଁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିରବ ପାର୍ଥନା କରାଯିବା ସହିତ ଗୋଟିଏ ଦିନ ପାଇଁ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories