www.samajalive.in
Tuesday, December 9, 2025
23.1 C
Bhubaneswar

କଟକ: ଭସାଣି ପାଇଁ ଚୂଡ଼ାନ୍ତ ସମୀକ୍ଷା

ସମାଜ ଡିଜିଟାଲ ଡେସ୍କ: ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର କଟକ ସହର। ଶୁକ୍ରବାର ପ୍ରତ୍ୟେକ ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଜାରି ରହିଛି। ତେବେ ଆଉ ଦୁଇ ଦିନ ଗଲେ ଅର୍ଥାତ ୧୪ ତାରିଖ ଦିନ ମା’ଙ୍କ ବିସର୍ଜନ ବା ମେଲାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଆଜି ସିଏମସି ମେୟର, କମିଶନର ବିସର୍ଜନ ସ୍ଥଳ ଦେବୀଗଡ଼ାରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି। କଟକରେ ୧୭୦ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହେବ। ସେଥିମଧ୍ୟରୁ ଦେବୀଗଡ଼ା ନିକଟରେ ସହରର ୧୩୦ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ କରାଯିବ। ସେନେଇ ଦେବୀଗଡ଼ାରେ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଥିବା କହିଛନ୍ତି କଟକ ମେୟର ସୁବାସ ସିଂ। ତେବେ ମା’ଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡ଼ାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି। ଏହାବ୍ୟତୀତ ପରିମଳ ଦୃଷ୍ଟିକୋଣରୁ ସବୁ ଯୋଜନା ହାତକୁ ମଧ୍ୟ ନିଆଯାଇଥିବା କହିଛନ୍ତି ମେୟର। ତେବେ ପୂଜା ଆରମ୍ଭରୁ ଭସାଣି ଉତ୍ସବ ପାଳନ ନିମନ୍ତେ ଦେବୀଗଡ଼ାଠାରେ ପ୍ରସ୍ତୁତି ଆରମ୍ଭ କରି ସାରିଥିଲା ମହାନଗର ନିଗମ। ରାସ୍ତା ଘାଟଠାରୁ ଆରମ୍ଭ କରି ପରିମଳ, ଦେବୀଗଡ଼ା ସଫେଇ ଅଲୋକୀକରଣକୁ ଗୁରୁତ୍ୱ ଦିଆଯାଇଛି। ଦେବୀଗଡ଼ାରେ ଭସାଣି ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହେବ, କାରଣ ଏହା ଏକ ଐତିହାସିକ ସ୍ଥାନ। ତେଣୁ ଦର୍ଶକଙ୍କ ସୁବିଧା ପାଇଁ ଦେବୀଗଡ଼ାରେ ସ୍ଥାୟୀ ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରି ଶୌଚାଳୟର ସୁବିଧା କରିବ ସିଏମସି। ଅନ୍ୟପଟେ ପୂଜା ଆରମ୍ଭ ହେବା ପୂର୍ବରୁ ଦେବୀଗଡ଼ା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ତେଣୁ ସିଏମସିର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ବିଭିନ୍ନ ପୂଜା କମିଟି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories