www.samajalive.in
Saturday, December 6, 2025
19.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା ; ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି

କଟକ : ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ କରିବା ପାଇଁ  ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବା ନେଇ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇ ଚିଠି ଲେଖାଯାଇଥିବା ଜଣାପଡିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଂପାଦକ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ  ଟିଇଟି ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷାବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇ କହିଥିଲେ  ଓଟିଇଟି ପରୀକ୍ଷାର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା କେବେ କରାଯିବ ତାହା ପରେ ସ୍ଥିର ହେବ। ତେବେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବୋର୍ଡ ସଭାପତି କହିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଲାଗି ଉଦ୍ଦିଷ୍ଟ ଓଟିଇଟି ଆଜି ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା। ଓଟିଇଟି ପ୍ରଶ୍ନପତ୍ରର ନକଲ ମୋବାଇଲ୍‌ ଫୋନ୍‌ ଯୋଗେ ଜଣକ ପାଖରୁ ଅନ୍ୟ ଜଣକ ପାଖକୁ ଯିବା ପରେ ତାହା ଭାଇରାଲ ହୋଇଥିଲା। ଲିକ୍ ହୋଇଥିବା ପ୍ରଶ୍ନପତ୍ର ଯାଞ୍ଚ ପରେ ତାହା ଅସଲି ବୋଲି ଜଣାପଡିଥିଲା। ଏହାପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଆଜିର ପରୀକ୍ଷାରେ ୧ଲକ୍ଷ ୧୨ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ଏହାସହ ଦ୍ବିତୀୟ ସିଟିଂ ପରୀକ୍ଷା ଦେବାକୁ ଆସିଥିବା ଅନେକ ପରୀକ୍ଷାର୍ଥୀ ନିରାଶ ହୋଇଥିବା ଜଣାପଡିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories