www.samajalive.in
Sunday, December 14, 2025
15.1 C
Bhubaneswar

ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡୁନମ୍‌

ଭୁବନେଶ୍ୱର: ଏଡୁନମ୍‌– ଗାଇଡ଼ିଂ କ୍ୟାରିୟର୍ ଏକ ଅନୁଷ୍ଠାନ ଯାହା ଶିକ୍ଷାବିତ୍ ତଥା କ୍ୟାରିୟର ପରାମର୍ଶଦାତା ଶ୍ରୀ ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି ଛାତ୍ରଛାତ୍ରୀମାନଙ୍କର ବଜେଟ୍ ଏବଂ ଆଶା ଅନୁଯାୟୀ ବିଦେଶରେ ଡ଼ାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ। ନୂତନ ଭାବେ ଶିକ୍ଷା ଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରବିନ୍ଦ୍ର ନାରାୟଣ ବେହେରା ,ସମ୍ମାନିତ ଅତିଥି ଭାବେ ଡାଃ ଅଶୋକ ମହାପାତ୍ର (ପୂର୍ବତନ ନିର୍ଦ୍ଦେଶକ ଏମ୍ସ), ଡଃ ଗଙ୍ଗାଧର ସାହୁ( ପୂର୍ବତନ ଅଧ୍ୟକ୍ଷ, ଭିଏସ୍ ଏସ୍ ମେଡିକାଲ କଲେଜ ,ବୁର୍ଲା) ଓ ମୁଖ୍ୟ ବକ୍ତା ଭାବେ ପ୍ରସନ୍ନ କୁମାର ପାଟ୍ଟଶାଣୀ(ପୂର୍ବତନ ସାଂସଦ) ଯୋଗଦାନ କରି ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧୁବାଦ ଦେବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ।

ଶୀର୍ଷ ଦେଶ ତଥା ବିଦେଶରେ ଅଧ୍ୟୟନ ତଥା ଏମ୍‌.ବି.ବି.ଏସ୍ ଶିକ୍ଷା ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଏହା ଲକ୍ଷ୍ୟ ରଖିଛି । ଏଡ଼ୁନମ୍ ଛାତ୍ରମାନଙ୍କୁ ରୁସିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜବେକିସ୍ତାନ, କାଜାକିସ୍ଥାନ , ମରିସସ୍ ଏବଂ ଜର୍ମାନୀ ପରି ବିଦେଶରେ ଏମ୍‌.ବି.ବିଏସ୍ ପାଇଁ ସେମାନଙ୍କର ସଠିକ୍ ବିଶ୍ୱବିଦ୍ୟାଳୟ ବାଛିବାରେ ସାହାଯ୍ୟ କରେ ଏବଂ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକୋ, କାନାଡ଼ା ଇତ୍ୟାଦି ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଏଡ଼ୁନମ୍ ମାଧ୍ୟମରେ ଶୀର୍ଷ ମେଡ଼ିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌.ବି.ବିଏସ୍ ପାଠ୍ୟକ୍ରମରେ ଆଡ଼ମିଶନ ହୋଇସାରିଛନ୍ତି।

- Advertisement -

ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଥିବାବେଳେ ଭୁବନେଶ୍ୱରରେ ଶାଖା କାର୍ଯ୍ୟାଳୟ ଅଛି। ଭବିଷ୍ୟତରେ ସଫଳ ଡ଼ାକ୍ତର ହେବା ପାଇଁ ନିଜ କ୍ୟାରିୟର ସ୍ଥିର କରିଥିବା ଓଡ଼ିଶା ଛାତ୍ରମାନଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଏଡୁନମ୍ ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନଙ୍କ-ପୂର୍ବ-ବିଦାୟ ସମାରୋହ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories