www.samajalive.in
Saturday, December 13, 2025
26.1 C
Bhubaneswar

ବନଖଣ୍ଡ କାର୍ଯ୍ୟାଳୟରୁ ନାଗ ସାପ ଉଦ୍ଧାର

ଆଠଗଡ: ଆଠଗଡ ବନଖଣ୍ଡ କାର୍ଯ୍ୟାଳୟ ମଧ୍ଯରୁ ଗୁରୁବାର ସନ୍ଧ୍ୟାରେ ଏକ ୬ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗୁରୁବାର ଦଶହରା ପାଇଁ କାର୍ଯ୍ୟାଳୟ ଛୁଟି ହୋଇଯାଇଥିବାରୁ କାହାର କିଛି କ୍ଷତି ହୋଇନି। ସନ୍ଧ୍ୟାରେ କାର୍ଯ୍ୟାଳୟରେ ଏସିଏଫ ଡାକ୍ତର ଚିଚିଲିଚି ବିଶ୍ବାଳଙ୍କ କକ୍ଷ ଆଡକ୍ମୁ ଏକ ନାଗ ସାପ ଯାଉଥିବା ଦେଖି ରାତ୍ରି ଜଗୁଆଳ ରେଞ୍ଜରଙ୍କୁ ଜଣାଇଥିଲେ। ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କଠାରୁ ସୂଚନା ପାଇ ଅଭିଜ୍ଞ ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ର ତୁରନ୍ତ ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ସେ ଉକ୍ତ ନାଗ ସାପକୁ ନିକଟସ୍ଥ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories