www.samajalive.in
Sunday, December 14, 2025
26.1 C
Bhubaneswar

ଅନାହାର ମୃତ୍ୟୁ ଅପେକ୍ଷାରେ ଅସହାୟ ବୃଦ୍ଧ ଭାଗବତ!

ସିମୁଳିଆ:ସମାଜରେ ଅବହେଳିତ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଥିଲେ ମଧ୍ୟ ତାହା କିପରି କାର୍ଯ୍ୟକାରୀ ହେଉଛି ଏହି ଅସହାୟ ବୃଦ୍ଧଙ୍କ କ୍ଷେତ୍ରରେ। ଏପରି ସ୍ଥଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଚାଲୁଣିଗାଁ ପଞ୍ଚାୟତର ଚାଲୁଣିଗାଁ ଗ୍ରାମର ଅସହାୟ ବୃଦ୍ଧ ଭାଗବତ ବେହେରା ପରିବାର ପାଇଁ ଆବାସ ଯୋଜନା ସାତସପନ ହୋଇଛି। ଭାଗବତ ବେହେରା ଜଣେ ଅତ୍ୟନ୍ତ ଗରିବ ଓ ଭୂମିହୀନ ବ୍ୟକ୍ତି ଅଟନ୍ତି।

ଭାଗବତ ଦୀର୍ଘଦିନ ଧରି ଏକ ବିପଦ ସଂକୁଳ ଗୃହରେ ଅତ୍ୟନ୍ତ ଦହନୀୟ ଅବସ୍ଥାରେ ପତ୍ନୀ ଓ ଛୋଟ ପୁଅଟିଏ ନେଇ କାଳାତିପାତ କରୁଛନ୍ତି। ଆର୍ଥିକ ସଙ୍କଟ ହେତୁ ଭାଗବତ ପକ୍କାଘର ନିର୍ମାଣ କରି ପାରିନାହାନ୍ତି। ଅଷ୍ଟମ ଶ୍ରେଣୀରେ ପଡୁଥିବା ପୁଅର ପାଠପଢାରେ ଡୋରୀ ବାନ୍ଧି ଏକ ଦୋକାନରେ ଦିନମଜୁରିଆ ଭାବେ କାର୍ଯ୍ୟ ରତ। ପତ୍ନୀ ବି ମାନସିକ ବିସ୍କୃତ କେବେ ରୋଷେଇ କରୁଛନ୍ତି ତ କେବେ ନାହିଁ । ଭୋକ ଉପାସରେ ରହି ଭାଗବତ ରୋଗିଣା ହୋଇ ପଡିବା ସହ ଖାଦ୍ୟ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବର୍ଷା ଅସୁଳାଏ ହେଲେ ଘର ଭିତରେ ପାଣି ଠିଆ ହୋଇଯାଉଛି।

- Advertisement -

ଗ୍ରାମବାସୀ ମାନେ ଯିଏ ଯେତେବେଳେ ପାଉଛି ତାଙ୍କୁ ଖାଇବାକୁ ଦେଉଥିବା ବେଳେ ତାଙ୍କର ଯତ୍ନ ନେଉଛନ୍ତି।
ତେବେ ଏବେ ଭାଗବତ ଆବାସ ଅପେକ୍ଷାରେ ରହିଛନ୍ତି। ପ୍ରଶାସନ ତୁରନ୍ତ ଭାଗବତଙ୍କୁ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ସମାଜସେବୀ ସତ୍ୟନାରାୟଣ ମହାନ୍ତି ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ତାହେଲେ ଭାଗବତ ଖୁସି ରେ ଜୀବନ ଜାପନ କରିପାରିବେ ବୋଲି ଗ୍ରାମବାସୀ ମାନେ ଆଶା ବାନ୍ଧିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories