ଶାରଦୀୟ ପାର୍ବଣ ଦଶହରା ଆରମ୍ଭ,ଜିଲାବ୍ୟାପୀ ଉତ୍ସବମୁଖର

ରିଜର୍ଭ ପୁଲିସ ପକ୍ଷରୁ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌‌ଘାଟିତ

କେନ୍ଦୁଝରଗଡ଼଼: ଶାରଦୀୟ ପାର୍ବଣ ତଥା ହିନ୍ଦୁଧର୍ମର ସାର୍ବଜନୀନ ପୂଜା ଦଶହରା ପର୍ବ ଗୁରୁବାର ଠାରୁ ସମଗ୍ର ଜିଲାରେ ବେଶ୍‌‌ ଧୂମ୍‌‌ଧାମରେ ଆରମ୍ଭ ହୋଇଛି। ଜିଲାବ୍ୟାପୀ ମା’ଦୁର୍ଗାଙ୍କ ନବରାତ୍ର ପୂଜାତ୍ସୋବ ଦୈବୀପୀଠ ମାନଙ୍କରେ ଆରମ୍ଭ ହୋଇ ସାରିଥିବା ବେଳେ ଗୁରୁବାର ଠାରୁ ବିଭିନ୍ନ ପୂଜାମଣ୍ଡପରେ  ମହାସପ୍ତମୀ ପୂଜାତ୍ସୋବ ଧୂମ୍‌‌ଧାମରେ ଆରମ୍ଭ ହୋଇ ଆସନ୍ତା ୧୩ତାରିଖ ରବିବାର ଦଶହରା ଉତ୍ସବ ପାଳିତ ହେବ।

ଏହି ଶାରଦୀୟ ପୁଜାତ୍ସେବାକୁ ଧୁମଧାମରେ ପାଳନ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ରିଜର୍ଭ ପୁଲିସ ପରିସରରେ ଆୟୋଜିତ ମା’ ଦୁର୍ଗାଙ୍କ ପୂଜାତ୍ସୋବ ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛି। ସେଥିପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପଡ଼ିଆ ଠାରେ ଗୁରୁବାର ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ଦ୍ୱାରା ମୀନାବଜାର ଓ ଆର୍ଟ ଗ୍ୟାଲେରୀ ଉଦ୍‌‌ଘାଟିତ ହୋଇ ଯାଇଥିବା ବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଦ୍ୱିଗୁଣିତ କରିଛି।

କେନ୍ଦୁଝର ସହରର ସରକାରୀ ବସ୍‌‌ଷ୍ଟାଣ୍ଡ ସମ୍ମୁଖସ୍ଥ ମା’ଙ୍କ ମନ୍ଦିରରେ ମା’ ଜଗଜ୍ଜନନୀ ଦୁର୍ଗାଦେବୀଙ୍କର ଚଳିତବର୍ଷ ୬୮ତମ ଷୋଡଶ ଦିବସବ୍ୟାପୀ ଶାରଦୀୟ ପୂଜାତ୍ସୋବ ମହାସମାରେହରେ ପ୍ରତ୍ୟହ ଭୋର ୪ଟାରୁ ଆରମ୍ଭ ହୋଇଛି। ଏତଦ୍‌‌ବ୍ୟତୀତ ସହରର ଗାନ୍ଧିଛକ, ଡେଲିମାର୍କେଟ, ନିୟୁକଲୋନୀ, ରିଜର୍ଭ ପୁଲିସ, ପୁରୁଣାବଜାର, ଜଗନ୍ନାଥପୁର, କାଶୀପୁର, ଆଟୋପୁର, ବଡହଳ ଓ ଘୁଟୁରସ୍ଥିତ ରେଳ ଷ୍ଟେସନଠାରେ ସୁଦୃଶ୍ୟ ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି କେନ୍ଦୁଝର ସହରକୁ ବେଶ୍‌‌ ଉତ୍ସବମୁଖର କରିଛି। ସେହିଭଳି ଟେଲିଫୋନ ଏକ୍ସଚେଞ୍ଜଛକ ଠାରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ମା’ ଦୁର୍ଗାଙ୍କ ପୂଜାତ୍ସୋବ ଆୟୋଜନ ଚଳିତବର୍ଷ ଦ୍ୱିତୀୟବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ମଧ୍ୟ ବେଶ୍‌‌ ଆକର୍ଷଣୀୟ ହୋଇଛି। ପୂଜା ଅବସରରେ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ଜିଲାବ୍ୟାପୀ ବିଭିନ୍ନ ପୂଜାକମିଟି  ପକ୍ଷରୁ  ଅପେରା, ମେଲୋଡି, ଭଜନ ସମାରୋହ, ପାଲା, ଦାସକାଠିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। କେନ୍ଦୁଝର ସହରକୁ ବାଦ୍‌‌ ଦେଲେ ଦଶହରା ଉପଲକ୍ଷେ ଝୁମ୍ପୁରା, ଯୋଡା, ବଡବିଲ, କଳିଙ୍ଗ, ଢେଙ୍କିକୋଟ, ଘଟଗାଁ, ଘସିପୁରା, ଆନନ୍ଦପୁର, ବରପଦା, ରାମଚନ୍ଦ୍ରପୁର ଆଦି ପ୍ରମୁଖ ବଜାର ମାନଙ୍କରେ ମା’ଦୁର୍ଗାଙ୍କ ପୁଜାତ୍ସୋବ ଧୂମ୍‌‌ଧାମରେ ଆରମ୍ଭ ହୋଇଛି। ସମଗ୍ର ଜିଲାରେ ଏହି ପୂଜାତ୍ସୋବକୁ ଶାନ୍ତିଶୃଙ୍ଖଳାର ସହ କିପରି ପାଳନ କରାଯିବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

୧୫ବର୍ଷରେ ଜଳବଙ୍ଗ ଦୁର୍ଗାପୂଜା

ଜିଲାବ୍ୟାପୀ ଗୁରୁବାର ଠାରୁ ବିଭିନ୍ନ ପୂଜାମଣ୍ଡପରେ ଗୁରୁବାର ଠାରୁ ବିଭିନ୍ନ ପୂଜାମଣ୍ଡପରେ ମହାସପ୍ତମୀ ପୂଜା ସହ ମା’ଙ୍କ କୃପା ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। କେନ୍ଦୁଝର ସହର ଉପକଣ୍ଠ ଜଳବଙ୍ଗ-ହର୍ଷପୁର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ୧୫ତମ ପୂଜାତ୍ସୋବ ବେଶ୍‌‌ ଧୂମଧାମରେ ପାଳିତ ହେଉଛି। ପୂର୍ଣ୍ଣଚନ୍ଦ୍ର ସାହୁ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବେ ପୂଜା କାର୍ଯ୍ୟକୁ ଆଗେଇ ନେଇଥିବା ବେଳେ ସଭାପତି ରବି ନାରାୟଣ ରଥ ଓ ସମ୍ପାଦକ ବିପିନ ବିହାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଷାଧ୍ୟକ୍ଷ ଅଜୟ କୁମାର ମିଶ୍ର, ସଦସ୍ୟ ଚିରଞ୍ଜୀତ ସାହୁ, ଲକ୍ଷ୍ମୀଧର ଉପାଧ୍ୟାୟ, ମହେଶ୍ୱର ମାହାରଣା, ପାର୍ଥସାରଥୀ ସାହୁ, ଆଶିଷ ଉପାଧ୍ୟାୟ, ପ୍ରଭାତ ରଞ୍ଜନ ମିଶ୍ର, ଦେପ୍ରସାଦ ମିଶ୍ର, ସୁଶାନ୍ତ ସାହୁ, ହରିହର ଉପାଧ୍ୟାୟ, ନିତ୍ୟାନନ୍ଦ ସାହୁ ଓ ସରୋଜ କୁମାର ପ୍ରହରାଜ ପ୍ରମୁଖ ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଛନ୍ତି। ଏହି ପୂଜାସୋôବକୁ ଉପଭୋଗ କରିବା ସହ ମା’ଙ୍କ ସାନିଧ୍ୟ ଲାଭ ପାଇଁ ଶନିବାର ମହାସପ୍ତମୀ ପୂଜା ଠାରୁ ଜଳବଙ୍ଗ, ହର୍ଷପୁର, ରାଇସୁଆଁ, ଗୋପୀନାଥପୁର, ସିଲିସୁଆଁ, ବାଉରିପଦା, ମୁକୁନା ଆଦି ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ପୂଜା କମିଟି ପକ୍ଷରୁ ମୀନାବଜାର ଆୟୋଜନ ହୋଇଥିବା ବେଳେ ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

 ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଝୁମ୍ପୁରା : ସପ୍ତାହେବ୍ୟାପୀ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୮ରେ ଭସାଣୀ

କେନ୍ଦୁଝରଗଡ଼଼: ଶାରଦୀୟ ପାର୍ବଣ ଦୁର୍ଗାପୂଜା ପାଇଁ ଝୁମ୍ପୁରା ବଜାର ବେଶ ଚଳଚଞ୍ଜଳ ହୋଇପଡ଼ିଛି। ଝୁମ୍ପୁରା ମୁଖ୍ୟ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ହେଁ ହିନ୍ଦୁଧର୍ମର ଏହି ପବିତ୍ର ପୂଜାରେ ନିଜକୁ ସାମିଲ କରି ଭାଇଚାରାର ନିଦର୍ଶନ ସୃଷ୍ଟି ଉକ୍ତ ଅଞ୍ଚଳରେ ପୂଜାର ଗୁରତ୍ୱକୁ ସମୃଦ୍ଧ କରିଆସିଛି। ମା’ଦୁର୍ଗତୀ ନାଶିନୀ ଯୁବ ସଂଘ ଝୁମ୍ପୁରା ପକ୍ଷରୁ ଆୟୋଜିତ ହୋଇଆସୁଥିବା ମା’ଦୁର୍ଗାଙ୍କ ପୂଜାତ୍ସୋବ ଚଳିତବର୍ଷ ୫୧ବର୍ଷରେ ପଦାର୍ପଣ କରିଛି। କେନ୍ଦୁଝର ସଦର ଓ ଝୁମ୍ପୁରା ବ୍ଲକର ୩୦ରୁ ଊର୍ଦ୍ଧ୍ବ୍ୱର୍ ପଞ୍ଚାୟତବାସୀ ଏହି ପୂଜାତ୍ସୋବକୁ ଉପଭୋଗ କରିବା ପାଇଁ ବର୍ଷତମାମ ଚାହିଁ ରହିଥାନ୍ତି। ବୁଧବାର ସନ୍ଧ୍ୟାରୁ ବିଲ୍ୱବରଣୀ ପରେ ଷଷ୍ଠି ପୂଜାତ୍ସୋବ ଆରମ୍ଭ ହୋଇ ଗୁରୁବାର ମହାସପ୍ତମୀ, ଶୁକ୍ରବାର ମହାଅଷ୍ଟମୀ, ଶନିବାର ମହାନବମୀ ପୂଜା ଆରମ୍ଭ ହୋଇ ୧୩ ତାରିଖ ରବିବାର ବିଜୟାଦଶମୀ ପାଳନ ସହ ଅପରାହ୍ନ ୨ଟା ୪୫ମି.ରେ ପୂର୍ଣ୍ଣାହୁତି ପରେ ଘଟ ବିସର୍ଜନ କରାଯିବ। ତେବେ ପୁଜାତ୍ସୋବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ୧୮ ତାରିଖ ରବିବାର ଧୁମଧାମରେ ଭସାଣୀ ଉତ୍ସବ ପାଳନ କରାଯିବ ବୋଲି ସଂଘ ସଭାପତି ଶଶିଭୂଷଣ ସାହୁ ଜଣାଇଛନ୍ତି। ଚଳିତବର୍ଷ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜା ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। ପୂଜାକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ନିମନ୍ତେ ପୂଜାକମିଟି ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତମାସ ୮ରୁ ୧୮ତାରିଖ ପର୍ଯ୍ୟନ୍ତ ମୀନାବଜାର ସାଙ୍ଗକୁ ଭଳିକିଭଳି ଦୋଳି ଓ ଖାଦ୍ୟ ମେଳା ଦର୍ଶକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରିଥିବା ବେଳେ ୮ରୁ ୧୩ତାରିଖ ୬ଦିନଧରି ‘ଦୁର୍ଗା ମନ୍ଦିର’ ଅପେରାର ପ୍ରତିସନ୍ଧ୍ୟାରେ ଓଡିଆ ଅଭିନେତ୍ରୀ ଯୋଗଦେଇ ସେମାନଙ୍କ କଳାଭିନୟ ପ୍ରଦର୍ଶନ ପୂଜାସୋôବକୁ ଅଧିକ ସରଗରମ କରିଛି। ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପୂଜାତ୍ସୋବକୁ ଶାନ୍ତିଶୃଙ୍ଖଳାର ସହ ଉପଭୋଗ କରିବା ପାଇଁ ପୂଜା କମିଟି ଅଧ୍ୟକ୍ଷ ଇଂ ଦେବବ୍ରତ ବେହେରା, ସଭାପତି ଶଶିଭୂଷଣ ସାହୁ, ଉପସଭାପତି ଅନୁପ ରାମ, ସମ୍ପାଦକ ଧନେଶ୍ୱର ବେହେରା, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ ପ୍ରଧାନ, ସଂଯୋଜକ ନିର୍ମଳ ଚନ୍ଦ୍ର ବାରିକ ପ୍ରମୁଖ ନିବେଦନ କରିଛନ୍ତି।

Comments are closed.