ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷରେ ପରଲୋକ ଘଟିଛି। ଶିଳ୍ପଉଦ୍ୟୋଗ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରି ଟାଟାକୁ ଏକ ବ୍ରାଣ୍ଡରେ ସେ ପରିଣତ କରିଥିଲେ। ଚା’, ଲୁଣ ଠାରୁ ଆରମ୍ଭ କରି ଉଡାଜାହଜ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରି ଭାରତର ଘରେ ଘରେ ଟାଟାକୁ ପରିଚତ କରାଇଥିଲେ। ସେ ଶିଳ୍ପଜଗତର ଏକ ରତ୍ନ ଥିଲେ ।
ଓଡ଼ିଶା କ୍ଷେତ୍ରରେ ମଧ୍ୟ ସ୍ୱର୍ଗତଃ ଟାଟାଙ୍କ ଅବଦାନ ପ୍ରଶଂସନୀୟ। ଶିଳ୍ପଦ୍ୟୋଗଠାରୁ ସମାଜସେବା ପର୍ଯ୍ୟନ୍ତ ସବୁଥିରେ ଉଲ୍ଲେଖନୀୟ ସଫଳତା ପାଇ ପଦ୍ମ ବିଭୂଷଣ ଉପାଧି ପାଇଥିଲେ। ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିବା ସହ ଭାରତୀୟ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ।
ସ୍ୱର୍ଗତଃ ଟାଟାଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।
Comments are closed.