www.samajalive.in
Monday, December 8, 2025
16.1 C
Bhubaneswar

ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

ରାଷ୍ଟ୍ରପତି କହିଛନ୍ତି, ଦୁର୍ଗା ପୂଜାକୁ ମନ୍ଦ ଉପରେ ଭଲର ବିଜୟ ଭାବରେ ପାଳନ କରାଯାଏ। ମା’ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ଭକ୍ତିର ପର୍ବ ଏବଂ ଏହି ସମୟ ମଧ୍ୟରେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଚେତନାର ଉଚ୍ଚ ସ୍ତରକୁ ନେଇଥାଉ। ଏହି ପର୍ବ ମା’ ଦୁର୍ଗାଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ଏବଂ ସମସ୍ତ ଧର୍ମ ମଧ୍ୟରେ ଏକତା ଓ ବୁଝାମଣାକୁ ପ୍ରୋତ୍ସାହିତ କରିବାର ଏକ ଅବସର।

- Advertisement -

ରାଷ୍ଟ୍ରପତି କହିଛନ୍ତି, ଆସନ୍ତୁ ପ୍ରାର୍ଥନା କରିବା ଯେ ମା’ ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମାନ ସମାଜ ଗଠନ ପାଇଁ ଶକ୍ତି, ସାହସ ଏବଂ ସଂକଳ୍ପ ଦିଅନ୍ତୁ। ମହାଶକ୍ତିର ଏହି ପବିତ୍ର ଅବସରରେ ଆସନ୍ତୁ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories