www.samajalive.in
Sunday, December 7, 2025
26.1 C
Bhubaneswar

ବିଫଳ ମହାମେଣ୍ଟ: ମମତାଙ୍କ ଶୋଭାଯାତ୍ରାରେ ଭାଗ ନେବେ ନାହିଁ କଂଗ୍ରେସ ଓ ମାୟାବତୀ

ନୂଆଦିଲ୍ଲୀ: “ବିପକ୍ଷ ଶୋଭାଯାତ୍ରା’ ନାମରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିବା ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରୁ ଦୂରତା ରକ୍ଷା କରିବାକୁ ସ୍ଥିର କରିଛି କଂଗ୍ରେସ ଓ ବିଏସପି। କେନ୍ଦ୍ରରେ ବିଜେପି ସରକାରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବା ଉଦ୍ଦେଶ୍ୟରେ ଅନ୍ୟାନ୍ୟ ରାଜନୈତିକ ଦଳ ଏକତ୍ରିତ ହେବା ରଣନୀତିର ବାସ୍ତବତା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ବିଜେପି ବିରୋଧରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ମମତା ବାନାର୍ଜୀ କଲକାତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ବିଏସପି ସୁପ୍ରିମୋ ମାୟାବତୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ କଂଗ୍ରେସ ହାଇକମାଣ୍ଡ ମମତାଙ୍କ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଅବଶ୍ୟ ତୃଣମୂଳ କଂଗ୍ରେସ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାରଗେ ଯୋଗ ଦେବେ ବୋଲି ମମତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ମମତାଙ୍କ ଏହି କାର୍ଯ୍ୟକ୍ରମରେ ସୋନିଆ ଓ ରାହୁଲ ଯୋଗ ଦିଅନ୍ତୁ ବୋଲି ତୃଣମୂଳ ପକ୍ଷରୁ ଆୟୋଜନ କରାଯାଇ ଥିଲା। ତେବେ ଶେଷ ମୁହୂର୍ତ୍ତରେ ଉଭୟଙ୍କ ପାଖରୁ ସହମତି ନମିଳିବାରୁ ଶେଷରେ ତୃଣମୂଳ କଂଗ୍ରେସ ସାଂସଦଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ସ୍ଥିର କରିଛି। ନିକଟରେ ତିନି ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମମତା ଦୂରେଇ ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ମମତାଙ୍କ କାର୍ଯ୍ୟକ୍ରମରୁ ଦୂରତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ରାଜନୈତିକ ଦଳ ମଧ୍ୟରେ ଏଭଳି ଟଣା ଓଟରା ମଧ୍ୟରେ ବିହାର, ୟୁପି ମହାମେଣ୍ଟ ବିଫଳ ହୋଇଥିବାବେଳେ ଆଗାମୀ ଦିନରେ ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଏଭଳି ପରିଣାମ ଦୃଶ୍ୟମାନ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଅପରପକ୍ଷରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଶାସନ ବ୍ୟବସ୍ଥାକୁ ଅନ୍ୟାନ୍ୟ ରାଜନୈତିକ ଦଳ ପରି ରାଜ୍ୟ କଂଗ୍ରେସ ମଧ୍ୟ ବିରୋଧ କରୁଛି। ଏଭଳି ସମୟରେ ରାହୁଲ ଗାନ୍ଧି ମମତାଙ୍କ ଶୋଭାଯାତ୍ରାରେ ସାମିଲ ହେବା ପରିବର୍ତ୍ତେ କଂଗ୍ରେସର ନିଜସ୍ୱ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ରାଜ୍ୟ କଂଗ୍ରେସ ଚାହୁଁଛି। ମମତା ତାଙ୍କ ପଶ୍ଚିମବଙ୍ଗର କାର୍ଯ୍ୟକ୍ରମର ପ୍ରଭାବ ଦିଲ୍ଲୀ ଓ ଜାତୀୟ ସ୍ତରରେ ପଡ଼ୁ ବୋଲି ଚାହୁଁଛନ୍ତି। ଏହାଦ୍ୱାରା ମହାମେଣ୍ଟରେ ମମତା ନିଜ ସ୍ଥିତି ସୁଦୃଢ କରିବାକୁ ଚାହୁଁଛନ୍ତି। ତେବେ ମମତାଙ୍କ ଏଭଳି ମାନସିକତାକୁ କଂଗ୍ରେସ ଓ ବିଏସପି ପରି ଆଞ୍ଚଳିକ ଦଳ ମଧ୍ୟ ଗ୍ରହଣ କରି ପାରୁନାହିଁ। ଫଳରେ ମହାମେଣ୍ଟ ହେବା ପୂର୍ବରୁ ଭଣ୍ଡୁର ହେବାର ସୂଚନା ମିଳୁଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories