www.samajalive.in
Saturday, December 13, 2025
26.1 C
Bhubaneswar

କବି ସୁନୀଲ କୁମାରଙ୍କୁ ଆନ୍ତର୍ଜାତିକ ପୁରସ୍କାର, ପ୍ରଫେସର ଅଫ ୱାର୍ଲଡ କଲଚର

କଣ୍ଟାବାଞ୍ଜି: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କବି ସୁନୀଲ କୁମାର ସାହୁଙ୍କ ଦ୍ୱାରା ଲିଖିତ “ଶାନ୍ତିପୂର୍ଣ୍ଣ ମାନବବାଦ” କବିତା ମାନବିକତା ଏବଂ ସୃଜନଶୀଳତା ପାଇଁ ଆନ୍ତର୍ଜାତୀୟ ସାଂସ୍କୃତିକ ଫୋରମ୍, ସିରିଆ (ଜାତିସଂଘ ଦ୍ୱାରା ପଂଜିକୃତ ) ଦ୍ୱାରା ପରିଚାଳିତ “ବିଶ୍ୱ ଶାନ୍ତି” ପ୍ରତିଯୋଗିତାରେ ଏକ ଆନ୍ତର୍ଜାତୀୟ ପୁରସ୍କାର ‘ପ୍ରଫେସର ଅଫ ୱାର୍ଲଡ କଲଚର ‘ ଲାଭ କରିଛି। ଆନ୍ତର୍ଜାତୀୟ ସାଂସ୍କୃତିକ ବ୍ୟବସ୍ଥାର ଆଭ୍ୟନ୍ତରୀଣ ବ୍ୟବସ୍ଥା ଅନୁଯାୟୀ ସିରିଆରେ ମାନବିକତା ଏବଂ ସୃଜନଶୀଳତା ପାଇଁ ଫୋରମ୍ ଏବଂ ନିର୍ଦ୍ଦେଶକ ବୋର୍ଡର ସୁପାରିଶ କ୍ରମେ ଏହି ପ୍ରତିଭାଶାଳୀ କବିଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ୍ ସାଧାରଣତଃ ବିଶ୍ୱ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିତ୍ୱ, ଶିକ୍ଷାବିତ୍, କଳାର ଅଧିକାରୀ , ଗଣମାଧ୍ୟମର ବ୍ୟକ୍ତି ବିଶେଷ ତଥା ମାନବିକ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯାଏ। ଏହି ଫୋରମର ପ୍ରତିଷ୍ଠାତା ଆୟମାନ କୋଡ୍ରା ଡାନିଏଲ୍ ଏହି ଯୁବ ଭାରତୀୟ କବିଙ୍କୁ ପୁରସ୍କୃତ କରି ବହୁତ ଖୁସି ଲାଭ କରିଛନ୍ତି। ସୁନୀଲ କୁମାର ସାହୁ ତୁରେକେଲା ବ୍ଲକ ଶିକ୍ଷା ବିଭାଗରେ ବି. ଆର. ଟି ଭାବେ କାର୍ଯ୍ୟରତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories