www.samajalive.in
Saturday, December 13, 2025
15.1 C
Bhubaneswar

ଫିଲାଟେଲି ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଫିଲାଟେଲି ବ୍ୟୁରୋ ତରଫରୁ ‘ଫିଲାଟେଲି ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଫିଲାଟେଲି ଡିପୋଜିଟ ଆକାଉନ୍ଟ, ଆକାଉନ୍ଟ ଗୁଡିକୁ ପୁନଃ ସଜ୍ଜ କରିବା, ସ୍ଥାନୀୟ ଫିଲାଟେଲିସ୍ଟ ମାନଙ୍କ ସହିତ ଆଲୋଚନା, ଚିଠି ଲିଖନ ପ୍ରତିଯୋଗିତା ଆଦି ଆୟୋଜିତ ହୋଇଥିଲା। ଡାକ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ଫିଲେଟାଲି ଦିବସ ଉତ୍ସବ ସହିତ ଚଳିତ ଜାତୀୟ ଡାକ ସପ୍ତାହ ପାଳନ ମଧ୍ୟ କରାଯାଇଥିଲା। ଡାକ ବିଭାଗ ଦ୍ୱାରା ଏହି ପ୍ରତିଯୋଗିତା ମାଧ୍ୟମରେ ଡାକ ବ୍ୟବସ୍ଥାପନାର ମୂଲ୍ୟ ଓ ମହତ୍ୱ ବୃଦ୍ଧି ଲକ୍ଷ୍ୟ ରଖାଯାଇଥିଲା। ଅନ୍ୟ ଅନୁଷ୍ଠାନ ଗୁଡିକରେ ଦେଶର ତରୁଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଫିଲାଟେଲିର ମହତ୍ୱ ବିଷୟରେ ସଚେତନ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି। ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ମୁଖ୍ୟ ଡାକଘରର ପୋଷ୍ଟ ମାଷ୍ଟର ତରଣୀ ସେନ ଭୁସାଗର, ଏପିଏମ ପ୍ରଦୀପ କୁମାର ଶତପଥୀ, ଯୁବ ଫିଲାଟେଲିଷ୍ଟ ସ୍ୱୟଂ ସ୍ୱପ୍ନିକ ନାୟକ, ଫିଲାଟେଲି ବ୍ୟୁରୋ ସମ୍ବଲପୁର ଅଭିଷେକ ପୂଜାରୀ ପ୍ରମୁଖ ମଞ୍ଚ ଏବଂ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ବୁର୍ଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଏଭି ପବ୍ଲିକ ସ୍କଲୁରେ ଆୟୋଜିତ ‘ଢ଼ାଏ ଅକ୍ଷର’ ଚିଠି ଲିଖନ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ରଶ୍ମୀ ମିଶ୍ର, ଶ୍ରୀହର୍ଷ ପତି, ଅରୁଣ କୁମାର, ସତ୍ୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories