www.samajalive.in
Saturday, December 13, 2025
15.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ଆଞ୍ଚଳିକ ପ୍ରକୃତି ପରିବେଶ ସରୁକ୍ଷା ମଞ୍ଚ ଓ ନୀଳଚକ୍ର ଅନୁଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଶାସନ ଭାଲୁବାହାଲ ସ୍ଥିତ ଏକାମ୍ର ବିହାର ଠାରେ ସ୍ଥିତ ନୀଳଚକ୍ର ଅନୁଷ୍ଠାନର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କଳାରତ୍ନ ବଂଶୀଧର କର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିତାଂଶୁ ଭୂଷଣ ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ଶାସନ ଥାନାଧିକାରୀ ଦିଲୀପ କୁମାର ସ୍ୱାଇଁ, ରମଣି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍କଳମଣିଙ୍କ ସ୍ମୃତିରେ ଏକ ଚାରାରୋପଣ କରାଯାଇଥିଲ।। ଇଣ୍ଡିଆନ କମ୍ୟୁନିଟି ପୁଲିସର୨ ଜଣ ସ୍ୱେଚ୍ଛାସେବୀ ବଂଶୀଧର କର ଓ ଜୟରାମ ପଧାନଙ୍କୁ ଶାସନ ଥାନା ପକ୍ଷରୁ ସମ୍ମାନୀତ କରାଯାଇଥିଲା। ବିଗତ ଦିନରେ ରାତ୍ରିକାଳିନ ପେଟ୍ରୋଲିଂରେ ଶାସନ ପୁଲିସକୁ ସହଯୋଗ ପାଇଁ ଇଣ୍ଡିଆନ କମ୍ୟୁନିଟି ପୁଲିସ କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ଏକ ବାଇକ ରାଲି ରେ ଶାସନରୁ ବାହାରି ବରେଇପାଲି ଶିଳ୍ପାଞ୍ଚଳରେ ସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚତୁର୍ଭୁଜ ଗଡ଼଼ତିଆ, ଗୋପାଳ ରାଉତ, ସଚ୍ଚିଦାନନ୍ଦ ପ୍ରଧାନ, ରବି ନାରାୟଣ ମିଶ୍ର, ସୁଶାନ୍ତ ମହାପାତ୍ର, ଜୟକୃଷ୍ଣ ମହାପାତ୍ର, ମନୋଜ ଦଧିଚି, ସୌଭାଗ୍ୟ ରଞ୍ଜନ ମହାପାତ୍ର, ଧରିତ୍ରୀ ମହାପାତ୍ର, ସୌମ୍ୟକାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories