www.samajalive.in
Sunday, December 7, 2025
26.1 C
Bhubaneswar

ହରିୟାଣାରେ ସରକାର ଗଠନ ପାଇଁ ବିଜେପିର ପ୍ରସ୍ତୁତି; ମୋଦୀଙ୍କୁ ଭେଟିଲେ ସୈନୀ

ସମାଜ ଡିଜିଟାଲ ଡେସ୍କ: ହରିୟାଣାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ। ଦଶହରାରେ ହରିୟାଣାରେ ସରକାର ଗଠନ କରିବା ସହ ନାୟବ ସିଂହ ସୈନୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ଏହାପୂର୍ବରୁ ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବ। ହରିୟାଣା ବିଧାନସଭାରେ ୯୦ ବିଶିଷ୍ଠ ଆସନରେ ବିଜେପି ୪୮ଟି ସିଟ୍‌‌ ଓ କଂଗ୍ରେସ ୩୭ସିଟ୍‌‌ ଜିତିଛି। ଏଠାରେ ଲଗାତାର ତୃତୀୟ ବିଜୟ ହାସଲ କରିଛି ବିଜେପି। ନାୟବ ସିଂହ ସୈନୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନାୟବ ସିଂହ ଗଣମାଧ୍ୟମରେ କହିଛନ୍ତି ଯେ ମୋର ଯାହା ଦାୟିତ୍ୱ ଥିଲା ତାହାକୁ ମୁଁ ସଠିକ୍‌‌ ଭାବେ ବହନ କରିଛି। ବିଧାୟକ ଦଳ ନିଜର ନେତା ଚୟନ କରିବେ। ଯାହାକୁ ବି ନେତା ଭାବେ ଚୟନ କରାଯିବ ଆମେ ସମସ୍ତେ ସହମତି ପ୍ରକାଶ କରିବୁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories