www.samajalive.in
Monday, December 8, 2025
24.1 C
Bhubaneswar

ନବରାତ୍ରୀରେ ଆଜି ମା’ କାଳରାତ୍ରୀଙ୍କ ପୂଜା: ରୋଗ, ଭୟ ଓ ଶତ୍ରୁ ହେବ ନାଶ

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ସପ୍ତମ ଦିନ। ଆଜି ଦେବୀ ଦୁର୍ଗାଙ୍କୁ କାଳରାତ୍ରୀ ବେଶରେ ପୂଜା କରାଯାଏ। ଦେବୀଙ୍କର ଏହି ରୂପ ଭୟଙ୍କର ଅଟେ। ବିଶ୍ୱାସ ରହିଛି ଯେ ଦେବୀଙ୍କ କାଳରାତ୍ରୀ ରୂପକୁ ଦର୍ଶନ ଓ ପୂଜା କରିବା ଦ୍ୱାରା ଜୀବନରେ ଭୟ, ରୋଗ ଓ ଶତ୍ରୁଙ୍କ ନାଶ ହୋଇଥାଏ। ମହାକାଳୀ, ଭଦ୍ରକାଳୀ, ଚାମୁଣ୍ଡା, ଚଣ୍ଡୀ, ଭୈରବୀ ଭଳି ବିନାଶକାରୀ ରୂପମାନଙ୍କ ମଧ୍ୟରୁ ଦେବୀ କାଳରାତ୍ରୀ ଅନ୍ୟତମ ବୋଲି ବିବେଚନା କରାଯାଏ। ପୁରାଣ ଅନୁସାରେ ମାତା କାଳରାତ୍ରୀଙ୍କ ଶରୀରର ରଙ୍ଗ ଅତ୍ୟନ୍ତ କଳା ହୋଇଥାଏ। କେଶ ବିଚ୍ଛିନ୍ନ ଏବଂ ବେକରେ ଉଜ୍ଜ୍ୱଳ ନାରମୁଣ୍ଡର ମାଳା ରହିଛି। ଏହାସହିତ ଦେବୀଙ୍କ ୪ଟି ହାତ ଓ ୩ଟି ଆଖି ରହିଛି। ଗୋଟିଏ ହାତରେ ବରମୁଦ୍ରାରେ ଓ ଅନ୍ୟଟି ଅଭୟମୁଦ୍ରାରେ ରହିଛି। ଏହାବ୍ୟତୀତ ଗୋଟିଏ ହାତରେ ଖଣ୍ଡା ଓ ଖଡଗା ରହିଥାଏ। ଦେବୀଙ୍କର ଏହି ରୂପ ଶତ୍ରୁମାନଙ୍କ ପାଇଁ ବିନାଶକାରୀ ଅଟେ।
କାଳରାତ୍ରୀ ବେଶରେ ମାଙ୍କୁ ପୂଜା କରିବା ବେଳେ ମିଠା ଅର୍ପଣ କରନ୍ତୁ। ଏହାସହିତ ପାନ ପତ୍ରରେ ମିଶିରି ଓ ଲହୁଣି ଦେଇ ଅର୍ପଣ କରନ୍ତୁ। ଏହାଦ୍ୱାରା ଦେବୀ ପ୍ରସନ୍ନ ହେବେ। ପୂଜା କରିବା ବେଳେ ‘ୟା ଦେବୀ ସର୍ବଭୁତେଷୁ ମା କାଳରାତ୍ରୀ ରୂପେଣ ସଂସ୍ଥିତା, ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା, ନମୋଃ ନମାଃ’ ମନ୍ତ୍ର ଜପ କରନ୍ତୁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories