ନୂଆଦିଲ୍ଲୀ : ଆଜିକାଲି ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । କିନ୍ତୁ ଇଣ୍ଟରନେଟରେ ଅନେକ ବିପଦ ମଧ୍ୟ ରହିଛି । ହ୍ୟାକରମାନେ କମ୍ପାନୀର ତଥ୍ୟ ଚୋରି କରି ଆପଣଙ୍କ କମ୍ପ୍ୟୁଟର ହ୍ୟାକ୍ କରିପାରନ୍ତି । ଏଥିପାଇଁ କମ୍ପାନୀମାନଙ୍କୁ ନିଜ ତଥ୍ୟ ସୁରକ୍ଷିତ ରଖିବା ବହୁତ ଜରୁରି । ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ସମାଧାନ ବାହାର କରିଛି । ଏୟାରଟେଲ୍ ବୈଶିକ ସାଇବର ସୁରକ୍ଷା କମ୍ପାନୀ ଫୋର୍ଟିନେଟ୍ ସହିତ ମିଶି ଏକ ନୂଆ ସେବା ଆରମ୍ଭ କରିଛି । ଏହାର ନାଁ ‘ଏୟାରଟେଲ୍ ସିକ୍ୟେର ଇଣ୍ଟରନେଟ୍’ । ଏହି ସେବା କମ୍ପାନୀମାନଙ୍କୁ ତାଙ୍କ ଇଣ୍ଟରନେଟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ । ଦେଶର ଜଣାଶୁଣା ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲର ବି୨ବି ୟୁନିଟ୍ ଏୟାରଟେଲ୍ ବିଜନେସ ସୋମବାର କହିଥିଲା କି କମ୍ପାନୀ ବ୍ୟବସାୟ ପାଇଁ ଇଣ୍ଟରନେଟ୍ ସୁରକ୍ଷା ସମାଧାନ ‘ଏୟାରଟେଲ୍ ସିକ୍ୟେର ଇଣ୍ଟରନେଟ୍’ ଆଣିବା ପାଇଁ ବୈଶିକ ସାଇବର ସୁରକ୍ଷା କମ୍ପାନୀ ଫୋର୍ଟିନେଟ୍ ସହିତ ହାତ ମିଳାଇଛି ।
Popular Categories



