www.samajalive.in
Friday, December 12, 2025
19.1 C
Bhubaneswar

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ପାଟଣା : କେନ୍ଦୁଝର ଜିଲା ଘଷିପୁରା ବ୍ଲକର ବୀରଗୋବିନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଯୁଗଳକିଶୋରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲାମାନଙ୍କୁ ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ତରଫରୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୁଗଳକିଶୋରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ବେହେରା ଓ ସମ୍ମାନିତ ଅତିଥି ଭାବରେ ରଙ୍ଗମାଟିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ସଏ, ସହକାରୀ ଶିକ୍ଷକ ସନାତନ ହେମ୍ବ୍ରମ, ଭରତ ଚନ୍ଦ୍ର ଟୁଡୁ ଉପସ୍ଥିତ ରହି ଆଦିବାସୀ ବହୁଳ ଅଂଚଳର ପିଲାମାନଙ୍କ ମନରେ ପାଠପଢା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାଇବା ପାଇଁ ଖାତା, କଲମ, ବିସ୍କୁଟ ଓ ଚକୋଲେଟ ଇତ୍ୟାଦି ବଣ୍ଟନ କରିଥିଲେ। କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ ପ୍ରତାପ ଓ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛୋଟରାୟ ହାଁସଦା, ଇନ୍ଦ୍ର ମାରାଣ୍ଡି, ନିମାଇଁ ସୋରେନ, ଲାଖିନ ହାଁସଦା, ସରବାନ ନାଏକ ଓ ମମତା ହାଁସଦା, ଭଗବାନ ହାଁସଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories