www.samajalive.in
Wednesday, December 10, 2025
26.1 C
Bhubaneswar

ଏଡ଼ସ ରୋଗ ଓ ଅଗ୍ନି ନିରାପତ୍ତା ସଚେତନତା 

କଣ୍ଟାବାଞ୍ଜି : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିର ଯୁବ ରେଡକ୍ରସ ଏକକ ତରଫରୁ ଏଡ୍ସ ରୋଗ ଓ ଅଗ୍ନି ନିରାପତ୍ତା ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମକୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଓ ଅନ୍ୟ ଅତିଥିମାନେ ରେଡକ୍ରସ ପ୍ରତିଷ୍ଠାତା ସାର ହେନେରୀ ଡୁରାଣ୍ଡଙ୍କ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଓ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ଯୁବ ରେଡକ୍ରସ୍ ପରାମର୍ଶ ଦାତା ଡକ୍ଟର ନେପାଳ ସେଠୀ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ର ଅଧ୍ୟାପକ ରୋହିତ କିଶୋର କୁମ୍ଭାର ରେଡକ୍ରସ ର ଗଠନ ଓ ଏହାର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଓ ଏଡ୍ସ ରୋଗର କାରଣ , ଭୟାବହତା ଓ ନିରାକରଣ ବିଷୟ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

- Advertisement -

ସେହିପରି କଣ୍ଟାବାଞ୍ଜି ଫାୟାର୍ ଅଫିସର ନାଏକ ସାର୍ ଅଗ୍ନି କିପରି ଲାଗେ, ଏହା କେତୋଟି ଭାଗରେ ବିଭକ୍ତ, ଅଗ୍ନି କେଉଁ ଥିରୁ ବ୍ୟାପିଥିଲେ କାହାର ସାହାଯ୍ୟ ରେ ଆୟତ୍ତ କରିବେ , ଯୁବ ରେଡକ୍ରସ ସ୍ୱେଚ୍ଛା ସେବୀ ଓ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଶେଷରେ କଣ୍ଟାବାଞ୍ଜି ଫାୟାର ଷ୍ଟେସନ ର ସଦସ୍ୟ ମାନେ ଅଗ୍ନିକୁ ଆୟତ୍ତ କରିବାର କୌଶଳ ର ଡେମୋ ଦେଖାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ବେଚ୍ଛାସେବୀ ଓ ଛାତ୍ରୀ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଭି ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ବର୍ମା, ଅଧ୍ୟାପକ ସୋମନାଥ ମେହେର, ରାଜୀବ ମେହେର,ଅଧ୍ୟାପିକା ସୁନନ୍ଦା ରଥ, ଲିପାନୀତା ପାଧାନ , ନିରବତୀ ପଧାନ, ରାଞ୍ଜୁ ବନଛୋର୍ ଓ ସମସ୍ତ କର୍ମଚାରୀ କାର୍ଯକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।

ଶେଷରେ ବିଗତ ବର୍ଷ ମହାବିଦ୍ୟାଳୟ ର ଛାତ୍ରୀ ଅରୂପା ମୁଗ୍ରୀ, ଜାଗୃତି ବେହେରା ଓ ସୁଶୀଳା ବେହେରା ରାଜ୍ୟସ୍ତରୀୟ ରେଡକ୍ରସ ଟ୍ରେନିଂ କ୍ୟାମ୍ପ ରେ ଆମ ବଲାଙ୍ଗୀର ଜିଲାକୁ ପ୍ରତିନିଧିତ୍ଵ କରିଥିବାରୁ, ଅତିଥିମାନଙ୍କ ଠାରୁ ପୁରସ୍କୃତ କରାଯାଇ କାର୍ଯକ୍ରମକୁ ସମାପ୍ତି କରାଗଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories