www.samajalive.in
Sunday, December 7, 2025
14.1 C
Bhubaneswar

୧୦ ବର୍ଷ ବିତିଗଲା, ଯୁକ୍ତ ଦୁଇ ଛାତ୍ରୀ ହତ୍ୟା ଘଟଣାର ହେଲାନି ପର୍ଦ୍ଦାଫାଶ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଉମରି ଧର୍ମସରଣପୁର ଗ୍ରାମର ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାକୁ ଇତି ମଧ୍ୟରେ ୧୦ ବର୍ଷ ବିତିଯାଇଛି। କିନ୍ତୁ ଘଟଣାର ହତ୍ୟାକାରୀ କିଏ, କଣ ପାଇଁ ହତ୍ୟା କରିଥିଲା ତାହା କିଛି ହେଲେ ଜଣାପଡ଼ିଲା ନାହିଁ। ଯାହାକି ବଡ଼ ବିଡମ୍ବନା ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣାରେ ସେତେବେଳେ ୧୧ ଦିନ ପରେ ମାମଲାଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏତେ ଦିନ ପରେ ମଧ୍ୟ ଏହାର ଫଳାଫଳ ଶୂନ। ଏତେ ବଡ଼ ଘଟଣାର ହତ୍ୟାକାରୀ ଜଣା ନ ପଡ଼ିବା ପୁଲିସ ପ୍ରଶାସନର ଅପାରଗତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମୃତ ଛାତ୍ରୀଙ୍କ ବଡ଼ ଭଉଣୀ ଜିଲା ପ୍ରଶାସନକୁ ଭଉଣୀକୁ ନ୍ୟାୟ ପାଇଁ ବହୁବାର ଜଣାଇ କେବଳ ଆଶ୍ୱାସନା ହିଁ ପାଇଥିଲେ। ଶେଷରେ ସେ ମଧ୍ୟ ୨୦୨୦ରେ ଚାଲିଗଲେ।

ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହା ଅଗଷ୍ଟ ୨ ତାରିଖରେ ମୃତ ଛାତ୍ରୀ ଜଣକ ନିଜ ପିଉସୀଙ୍କ ସହ ଜମିକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ ଅପରାହ୍ନରେ ସେ ଏକାକୀ ଫେରୁଥିଲେ। କିନ୍ତୁ ସେ ଘରେ ପହଞ୍ଚି ପାରିନଥିଲେ। ଦିନକ ପରେ ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକ କ୍ଷତ ଥିବା ସହ ପିନ୍ଧିଥିବା ପୋଷାକ ଚିରି ଯାଇଥିଲା। ଫଳରେ କେହି ଦୁର୍ବୃତ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ସେତେବେଳେ ଅଭିଯୋଗ ହୋଇଥିଲା। ମୃତ ଛାତ୍ରୀଙ୍କ ପିଉସୀଙ୍କ ଏତଲାକ୍ରମେ ଗଞ୍ଜାମ ଥାନାରେ ସେତେବେଳେ ପୁଲିସ କେସ୍ ନମ୍ବର ୪୫/୨୦୨୪ ରେ ମାମଲା ରୁଜୁ କରିଥିଲେ। କିନୁ ସେହି ମାସ ୧୩ ତାରିଖରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲେ। ତେବେ ତାହା ଶୀତଳ ଭଣ୍ଡାରରେ ରହିଗଲା ବୋଲି ଆଲୋଚନା ହେଉଛି। ଏହି ଘଟଣାକୁ ନେଇ ସେତେବେଳେ ବିଭିନ୍ନ କଲେଜର ବିଦ୍ୟାର୍ଥୀଙ୍କ ପକ୍ଷରୁ ଜୋରସୋର ଆନ୍ଦୋଳନ ହୋଇଥିଲା ହତ୍ୟାକାରୀଙ୍କୁ ଧରିବା ପାଇଁ କିନ୍ତୁ କୌଣସି ଫଳ ମିଳି ନଥିଲା। ଫଳରେ ଏତେ ବଡ଼ ଘଟଣାରେ ହତ୍ୟାକାରୀର କୌଣସି ପ୍ରକାର ସୁରାକ କ୍ରାଇମବ୍ରାଞ୍ଚ ପାଇପାରିଲା ନାହିଁ। ଯାହାକୁ ନେଇ ଲୋକଙ୍କ ଆସ୍ଥା ତୁଟିଯାଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories