ଆୟକର ନିୟମରେ ଖୁବଶୀଘ୍ର ହୋଇପାରେ ବଡ ପରିବର୍ତ୍ତନ ! ପରାମର୍ଶ ମାଗିଲା ବିଭାଗ

ନୂଆଦିଲ୍ଲୀ : ଆୟକର ବିଭାଗ ସୋମବାର ୬ ଦଶକ ପୁରୁଣା ଆୟକର ଅଧିନିୟମର ସମୀକ୍ଷା ପାଇଁ ଲୋକଙ୍କ ପରାମର୍ଶ ମାଗିଛି । ଆୟକର ଆଇନକୁ ସରଳ କରିବା ନେଇ ଏବଂ ଏହାକୁ ପାଳନରେ ଅନୁଶାସନ ଆଣିବା ପାଇଁ ପରାମର୍ଶ ଦେବାକୁ ଅପିଲ କରିଛି ବିଭାଗ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଆୟକର ଅଧିନିୟମ, ୧୯୬୧ର ବ୍ୟାପକ ସମୀକ୍ଷାର ଘୋଷଣା କରିଥିଲେ ।

କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ ଏହି ସନ୍ଦର୍ଭରେ ସମୀକ୍ଷା ଉପରେ ନଜର ରଖିବା ଏବଂ ଅଧିନିୟମକୁ ସଂକ୍ଷିପ୍ତ ରୂପେ ଦେବା, ସ୍ପଷ୍ଟ କରିବା ପାଇଁ ଏକ ସମିତି ଗଠନ କରିଥିଲେ । ସିବିଡିଟି କହିଛି କି ‘ସମିତି ୪ ଶ୍ରେଣୀରେ ସାର୍ବଜନିକ ଟିପ୍ପଣୀ ଓ ପରାମର୍ଶ ମାଗିଛି ।’

ଇ-ଫାଇଲିଂ ପୋର୍ଟଲରେ ଏକ ଓ୍ବେବପେଜ୍ ଆରମ୍ଭ କରାଯାଇଛି । ଲୋକମାନେ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ କରି ଓଟିପି ମାଧ୍ୟମରେ ଏଠାକୁ ଯାଇପାରିବେ । ଅର୍ଥମନ୍ତ୍ରୀ ଜୁଲାଇରେ ବଜେଟରେ ଆଇଟି ଆଇନର ସମୀକ୍ଷା ୬ ମାସରେ ସମ୍ପୂର୍ଣ୍ଣ କରିବାର ପ୍ରସ୍ତାବ ରଖିଥିଲେ । ୬ ମାସର ସମୟ ସୀମା ଜାନୁୟାରୀ ୨୦୨୫ରେ ସମାପ୍ତ ହେବାକୁ ଯାଉଛି । ଏଭଳି କ୍ଷେତ୍ରରେ ସଂଶୋଧିତ ଆୟକର ଅଧିନିୟମ ସଂସଦ ବଜେଟ ଅଧିବେଶନରେ ଆଗତ ହେବା ଆଶା କରାଯାଉଛି ।

Comments are closed.