www.samajalive.in
Monday, December 8, 2025
24.1 C
Bhubaneswar

ଭୋଟ୍‌ ଦେବା ପାଇଁ ପ୍ରସବ ଦିନ ଘୁଞ୍ଚାଇଲେ ବ୍ରିଟିଶ ସାଂସଦ

ଲଣ୍ଡନ : ବ୍ରେକ୍ସିଟ୍‌ ପ୍ରସଙ୍ଗ ଉପରେ ଭୋଟ୍‌ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଥିଲାବେଳେ ଜଣେ ସାଂସଦ ଭୋଟ୍‌ ଦେବା ପାଇଁ ନିଜର ପ୍ରସବ ସମୟ ଗଡ଼ାଇ ଦେବା ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ସାଂସଦ ହେଉଛନ୍ତି ୩୬ବର୍ଷୀୟା ଟୁଲିପ ସିଦ୍ଦିକି। ମଙ୍ଗଳବାର ତାଙ୍କର ପ୍ରସବ ପାଇଁ ଡାକ୍ତର ଦିନ ଧାର୍ଯ୍ୟ କରିଥିଲେ; କିନ୍ତୁ ଭୋଟ୍‌ ଦେବା ଉଦ୍ଦେଶ୍ୟରେ ସଂସଦରେ ଉପସ୍ଥିତ ରହିବାକୁ ପଡ଼ିବ ଦର୍ଶାଇ ସେ ଏହାକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଡାକ୍ତରଙ୍କ ଅନୁମୋଦନକ୍ରମେ ସେ ଏ ସମ୍ପର୍କରେ ହାଉସ ଅଫ କମନ୍ସର ବାଚସ୍ପତି ଜନ୍‌ ବର୍କୋଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଟୁଲିପଙ୍କର କିଛି ସାଂସଦ ବନ୍ଧୁ ତାଙ୍କୁ ଛାୟା ଭୋଟ୍‌ ଦେବା ପାଇଁ ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହା ଅଗ୍ରାହ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଟୁଲିପ ହେଉଛନ୍ତିି ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍‌ ମୁଜିବୁର ରହମନଙ୍କ ନାତୁଣି। ସମ୍ଭାବିତ ‘ପୁତ୍ର ସନ୍ତାନ’ ମୁଜିବୁରଙ୍କର ଅଣନାତି ହେବ ଓ ସେ ଜନ୍ମ ପରେ ଏକ ନୂଆ ବ୍ରିଟେନ୍‌ ଦେଖିବ ବୋଲି ଟୁଲିପ ଆଶା ରଖିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories