ଅକ୍ଟୋବର ୭ ଏବଂ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୭ ତାରିଖ ଏବଂ ଅକ୍ଟୋବର ୧୪ ତାରିଖ ( ଉଭୟ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟଥିବାରୁ ଓ ୧୪ ତାରିଖ ଦିନ ଦୁର୍ଗାପୂଜା ଭସାଣି ହେତୁ, ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.