ଗୁରୁଡିଝାଟିଆ: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆଜି ପ୍ରଥମ କରି ବୟସ୍କ ଲୋକମାନଙ୍କୁ ଯକ୍ଷ୍ମା ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିସିଜି ଟୀକାକରଣ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସଚେତନତା ରଥକୁ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉଦଘାଟନ କରିଥିଲେ।
୬୦ବର୍ଷରୁ ଅଧିକ ମହିଳା ଓ ପୁରୁଷ ଯକ୍ଷ୍ମାରୋଗରେ ଆକ୍ରାନ୍ତ ବ୍ୟକ୍ତି ,ମଧୁମେହରୋଗରେ ଆକ୍ରାନ୍ତ ଜନସାଧାରଣ, ଯକ୍ଷ୍ମାରୋଗୀର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସହିତ ଯେଉଁମାନେ ପୂର୍ବରୁ ଯକ୍ଷ୍ମାରୋଗରେ ଆକ୍ରାନ୍ତ ସେମାନଙ୍କୁ ପ୍ରାଥମିକ ସ୍ତରରେ ଯକ୍ଷ୍ମାରୋଗରୁ ଦୂରେଇ ରଖିବା ପାଇଁ ବିସିଜି ଟୀକା ଦିଆଯିବା ଓ ଏହାର ଉପକାରୀତା ସଂପକରେ ଅଧିକ୍ଷକ ଡାକ୍ତର ଦାସ ବିଶଦ ଭାବେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଚିନ୍ମୟୀ ପରିଜା, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ କବିତାରାଣୀ ଦାସ, ବିପିଏମ ଅପର୍ଣ୍ଣା ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶିକା ଚିଲିକା ସ୍ୱାଇଁ ସହିତ ଅଙ୍ଗନୱାର୍ଡି କର୍ମୀ,ଆଶାକର୍ମୀ ଓ ଗ୍ରାମର ମହିଳାମାନେ ଉପସ୍ଥିତ ଥିଲେ।



