ପାକିସ୍ତାନକୁ ହରାଇଲା ଭାରତ, ଟି-୨୦ ବିଶ୍ବ କପରେ ମିଳିଲା ପ୍ରଥମ ବିଜୟ
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ୨୦ ଓଭରରେ ୮ ଓ୍ବିକେଟରେ ୧୦୫ ରନ୍ କରିଥିଲା । ଭାରତୀୟ ଦଳକୁ ୧୦୬ ରନର ଲକ୍ଷ୍ୟ ମିଳିଥିଲା । ଭାରତ ଏହି ଲକ୍ଷ୍ୟକୁ ୪ ଓ୍ବିକେଟ ହରାଇ ବିଜୟ ହାସଲ କରିଛି ।
Comments are closed.