www.samajalive.in
Saturday, December 13, 2025
18.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା, ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସେପ୍ଟେମ୍ବର ୨୧ ତାରିଖ ରାତିରେ ନୂତନ ଛାତ୍ରାଵାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ୱିତୀୟ ବର୍ଷର ଛାତ୍ରମାନେ ମାନସିକ ଯନ୍ତ୍ରଣା ଦେଇ ରାଗିଂ କରିଥିଲେ। ଏ ନେଇ ୟୁଜିସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଶୃଙ୍ଖଳା କମିଟି ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ ଛାତ୍ରଙ୍କୁ ଛାତ୍ରାବାସ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଅନ୍ୟ ୧୩ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି।

ଗତ ୨୩ ତାରିଖରେ ପିଜି କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦେଶ କ୍ରମେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ରାଗିଂ କମିଟି ଦାୟିତ୍ୱରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ହଷ୍ଟେଲରେ ହୋଇଥିବା ରାଗିଂର ତଦନ୍ତ କରିବା ପାଇଁ ଆଣ୍ଟି ରାଗିଂ କମିଟିର ୧୨ ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସର ତଥା ଡ଼ିଏସପି ଦୀପ୍ତିକାନ୍ତ ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ପରେ ତଦନ୍ତକାରୀ ଦଳ ସିସିଟିଭି ଫୁଟେଜକୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ମୌଖିକ ଭାବେ ପଚରା ଉଚରା କରିଥିଲେ। ତଦନ୍ତ ରିପୋର୍ଟ କୁଳପତିଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆଧାରରେ ନାଗାବଳୀ, ଋଷିକୂଲ୍ୟା, ବଂଶଧାରା ହଷ୍ଟେଲରେ ରହୁଥିବା ଆଇଆର ଏଣ୍ଡ ପିଏମ, ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ, ଇଂରାଜୀ ଏବଂ ଏମବିଏ ବିଭାଗର ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଏଥିରେ ସାମିଲ ରହିଥିବା ଅନ୍ୟ ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜୋରିମାନା ସହ ଅଣ୍ଡରଟେକିଂ ଲିଖିତପତ୍ର ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି ହୋଇଥିବା କୁଳପତି ଗୀତାଞ୍ଜଳି ଦାଶଙ୍କଠାରୁ ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories