‘ସବୁଜ ସ୍ଥାନାନ୍ତରଣ ରଣନୀତି: ସ୍ଥାୟୀ ଅଭିବୃଦ୍ଧି ଏବଂ ଏକ ସ୍ଥିର ଭବିଷ୍ୟତ ପାଇଁ ଶିଳ୍ପ ଉଦ୍ଭାବନକୁ ବୃଦ୍ଧି କରିବା’ ଶୀର୍ଷକ ଆଲୋଚନାଚକ୍ର

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ‘ସମ୍ଭାୟ-୨୦୨୪’

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ବାର୍ଷିକ ‘ସମ୍ଭାୟ-୨୦୨୪’ପାଳନ ଅବସରରେ ‘ସବୁଜ ସ୍ଥାନାନ୍ତରଣ ରଣନୀତି: ସ୍ଥାୟୀ ଅଭିବୃଦ୍ଧି ଏବଂ ଏକ ସ୍ଥିର ଭବିଷ୍ୟତ ପାଇଁ ଶିଳ୍ପ ଉଦ୍ଭାବନକୁ ବୃଦ୍ଧି କରିବା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ସେମାନଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।

ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ର ଡିନ୍‌‌ ପ୍ରଫେସର ଡ଼ ସୁତାପା ପତି ଏହି କାର୍ଯ୍ୟକ୍ରମର ଉଦ୍‌‌ଘାଟନ ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟ କ୍ୟାରିଅର ଆଡ୍‌‌ଭାଇଜରି ସର୍ଭିସେସ୍‌‌ ର ଆସୋସିଏଟ୍‌‌ ଡିନ୍‌‌ ପ୍ରଫେସର ସବିତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଏସ୍‌‌ଏମ୍‌‌ ସିଏଏସ୍‌‌ ଅଧ୍ୟାପନା ମଣ୍ଡଳୀ ସଂଯୋଜକ ପ୍ରଫେସର ଡ଼ ଭିକ୍ରାନ୍ତ ବିଜୟ ପାଟିଲ ‘ସମ୍ଭାୟ-୨୦୨୪’ ପାଳନର ଉଦ୍ଦେଶ୍ୟ ଓ ଏହାର ସଫଳତା ସଂପର୍କରେ ପ୍ରକାଶ କରିଥିଲେ।

ଏହି ଆଲୋଚନାଚକ୍ରରେ ବକ୍ତା ଭାବେ ଫିଲିପ୍ସ ର ଗ୍ଲୋବାଲ ହେଲ୍‌‌ଥ ଆଣ୍ଡ ସେଫ୍ଟି ଇଞ୍ଜିନିୟରିଂ ଲିଡର (କର୍ପୋରେଟ୍‌‌) ଡ଼ ପ୍ରମୋଦ ପାଣ୍ଡେ, ବାୟୋକନ ଇଏସ୍‌‌ଜି ମୁଖ୍ୟ ସୁନିଲା ସହସ୍ରବୁଦେ୍ଧ ଯୋଗଦେଇ କର୍ମଜୀବୀ ବିକାଶ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତରଣ ଓ ଗ୍ରାହକଙ୍କ ଅଭିଜ୍ଞତାର ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ କେପିଏମ୍‌‌ଜି ଇଣ୍ଡିଆର ବୈଷୟିକ ନିର୍ଦ୍ଦେଶକ-ଇଏସ୍‌‌ଜି ଆନନ୍ଦ ଏସ୍‌‌. କୁଲକର୍ଣ୍ଣୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଡିକାର୍ବୋନାଇଜେସନ ଆଣିବାରେ ବୃତ୍ତାକାର ଅର୍ଥନୀତି ଏବଂ ବୈଷୟିକ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

ପ୍ରଯୁକ୍ତିବିଦ୍ୟା କିପରି ନିରନ୍ତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରେ ସେ ସଂପର୍କରେ ସିମେନ୍ସ ର ଉପାଧ୍ୟକ୍ଷ ଅନନ୍ତରାମଣ ସୁବ୍ରମଣ୍ୟନ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ। ଏହାର ଅନ୍ତିମ ଅଧିବେଶନରେ ବକ୍ତା ଭାବେ ୟୁଏନ୍‌‌ଡିପି ଓଡିଶା ମୁଖ୍ୟ ଆଭା ମିଶ୍ର ଯୋଗଦେଇ ‘କର୍ପୋରେଟ୍‌‌ ଷ୍ଟ୍ରାଟେଜୀ ଆଣ୍ଡ ପ୍ରୋସେସ ଇନୋଭେସନ: ଇଣ୍ଟିଗ୍ରେଟିଂ ଡିକାର୍ବୋନାଇଜେସନ ଇନ୍‌‌ଟୁ ଇଏସ୍‌‌ଜି ଫ୍ରେମୱାର୍କ୍ସ’ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.