www.samajalive.in
Friday, December 12, 2025
15.1 C
Bhubaneswar

ବଡ଼ପରଦାରେ ଶ୍ବଶୁର-ବୋହୂ

ମୁମ୍ବଇ : ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ବୋହୂ ବିଶ୍ବସୁନ୍ଦରୀ ଐାଶ୍ବର୍ଯ୍ୟା ରାୟ ବଚ୍ଚନ(ପୂର୍ବତନ ବିଶ୍ବସୁନ୍ଦରୀ) ପୂର୍ବରୁ ଅନେକଥର ବଡ଼ପରଦାରେ ଏକତ୍ର କାମ କରିସାରିଛନ୍ତି। ଦୁହେଁ ଶେଷଥର ୨୦୦୮ରେ ଏକତ୍ର ‘ସରକାର୍‌ରାଜ୍‌’ରେ କାମ କରିଥିଲେ। ଏଥରକ ଦୁହେଁ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ଦକ୍ଷିଣଜଗତର ସୁପରହିଟ୍ ନିର୍ଦେଶକ ମଣିରତ୍ନମ୍‌ ଖୁବ୍ ଶୀଘ୍ର ଏକ ଐତିହାସିକ ବଡ଼ ବଜେଟ୍‌ର ଚଳଚ୍ଚିତ୍ରର କାମ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଦୁଇଟି ମୁଖ୍ୟ ଭୂମିକା ନିମନ୍ତେ ସେ ଅମିତାଭ ଓ ଐଶ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଐଶ୍‌ ଏଥିପାଇଁ ସମ୍ମତି ଜଣାଇ ସାରିଛନ୍ତି ଓ ଅମିତାଭ ଖୁବ୍ ଶୀଘ୍ର ଜଣାଇବେ ବୋଲି ଆଶା କରାଯାଉଛି। ବୟସାଧିକ୍ୟ କାରଣରୁ ଅମିତାଭ ଆଜିକାଲି ବେଶୀ ବିଦେଶ ସୁଟିଂ କରିବାକୁ ରାଜି ହେଉନାହାନ୍ତି। ଭର୍ଟିଗୋ ରୋଗୀ ଅମିତାଭ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ସୁଟିଂ ସମୟରେ ଯୋଧପୁରରେ ଅସୁସ୍ଥ ହୋଇପଡ଼ିଥିଲେ। ଏଣୁ ମୁମ୍ବଇ ଭିତରେ ସୁଟିଂ ପାଇଁ ଅମିତାଭ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ସମୀକ୍ଷକ ମହଲରେ ଜୋର୍‌ ଚର୍ଚ୍ଚା ଯେ ଏଥରକ ମଧ୍ୟ ଶ୍ବଶୁର-ବୋହୂଙ୍କ ଦମ୍‌ଦାର୍ ଅଭିନୟ ଦର୍ଶକ ମହଲରେ ଆଦୃତ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories