www.samajalive.in
Saturday, December 13, 2025
26.1 C
Bhubaneswar

ଜିଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ଫୁଲବାଣୀ: ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ ହୋଇଯାଇଛି। ଜିଲା ପରିସଦ ସଭାପତି ସୁଶ୍ରୀ ନନ୍ଦିନୀ ମଲିକ ଅତିଥିଭାବେ ଯୋଗଦେଇ ସମାଜରୁ କୁପୋଷଣ ଦୂରେଇବା ପାଇଁ ମା’ ଓ ଶିଶୁଙ୍କ ପୋଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ରାଷ୍ଟ୍ରୀୟ ପୋଷଣ ମାସ ସମସ୍ତ ବ୍ଲକ, ପଞ୍ଚାୟତ ଓ ଅଙ୍ଗନବାଡି ସ୍ତରରେ ଆୟୋଜନ ହେଇଛି ବୋଲି ସୂଚନା ଦେଇଥିଲେ।

ଜିଲା ପୁଷ୍ଟି ପରିଚାଳକ ସୁନିଲ କୁମାର ବେହେରା ଓ ପୋଷଣ ସଂଯୋଜକ ଆଲିନ ଇପ୍ସିତା ସିଂ ମାସେ ବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ,। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ , ଆକ୍ସନଏଡ୍ ଜିଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜିMK ସଂଯୋଜିକା ଇପ୍ସିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ମମତା ସଂଯୋଜକ ସମ୍ବିତ ହୋତା, ପରିସଂଖ୍ୟାନ ସହାହିକା ସରିତା ଦାସ , ସହାୟକ ପବିତ୍ର କୁମାର ସାହୁ , ଜିଲା ସଂଯୋଜକ ସହାୟକ ମମତା ସୂର୍ୟ ନାରାୟଣ ସାହୁ,ଜିଲ୍ଲା ସଂଯୋଜକ ସହାୟକ ସନ୍ତୋଷ ବେହେରା ଏବଂ ସଂଯୋଜକ ସୁଦୀପ୍ତ ପ୍ରଧାନ , ସୁଶାନ୍ତ ପ୍ରଧାନ ଏବଂ ଜୀବନ ବଚନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

- Advertisement -

ଜିଲାରେ ପୋଷଣ ମାସ ଅବସରରେ ସୁନ୍ଦର ସୁସ୍ଥ ଶିଶୁ ପ୍ରତିଯୋଗୀ, ଚିତ୍ରାଙ୍କନ ପ୍ରତିଯୋଗୀ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତୁମୁଡ଼ିବନ୍ଧ ପ୍ରକଳ୍ପକୁ କଳା ଓ ହସ୍ତଶିଳ୍ପ ପ୍ରଦସନ ପାଇଁ ପପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ବିକାଶ ଅଧିକାରୀ, ସମସ୍ତ କ୍ଷେତ୍ର ପରିଚଳିକା ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଓ ବାଳକ ଗର୍ଭବତୀ ଓ ପ୍ରସୂତି ମା ସମସ୍ତ ପୋଷଣ ବ୍ଲକ ସଂଯୋଜକ ଓ ସଂଯୋଜିକା ସ୍ବାସ୍ଥ୍ୟ ବିଭାଗ କର୍ମୀ ଯୋଗଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories