www.samajalive.in
Friday, December 12, 2025
15.1 C
Bhubaneswar

ମୁକ୍ତିଲାଭ କଲା ‘ବଦଲା’ର ପୋଷ୍ଟର

ନୂଆଦିଲ୍ଲୀ : ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ବିଫଳତା ପରେ ବଲିଉଡର ବିଗ ବି ‘ଅମିତାଭ ବଚ୍ଚନ’ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଦଲା’ର ମୁକ୍ତିଲାଭକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତିି। ନିକଟରେ ଅମିତାଭଙ୍କର ଚଳଚ୍ଚିତ୍ର ‘ବଦଲା’ର ପୋଷ୍ଟର ରିଲିଜ ହୋଇଛି। ଏହି ସିନେମା ୨୦୧୬ରେ ମୁକ୍ତିଲାଭ କରିଥିବା ସ୍ପେନିସ ଚଳଚ୍ଚିତ୍ର ‘କଣ୍ଟ୍ରାଟିଏମ୍ପୋ’ର ରେମିକ୍। ହିନ୍ଦି ଚଳଚ୍ଚିତ୍ର ‘ପିଙ୍କ’ରେ ଅମିତାଭଙ୍କ ସହ ଅଭିନୟ କରିଥିବା ‘ତାପସୀ ପନ୍ନୁ’ ଏଥିରେ ଅନ୍ୟ ଏକ ଚରିତ୍ରରେ ନଜର ଆସିବେ। ଅମିତାଭ ଏବଂ ତାପସୀ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ‘ସୁଜୋୟ ଘୋଷ’। ‘ସୁଜୋୟ ଘୋଷ’ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ‘୮ମାର୍ଚ୍ଚ’। ମୁକ୍ତିଲାଭ କରିଥିବା ଏହି ପୋଷ୍ଟରରେ ଅମିତାଭ କଳା କୋର୍ଟ ପିନ୍ଧି ଏକ ବ୍ରିଜ ଉପରେ ଯାଉଥିବା ନଜର ଆସିଛନ୍ତି। ଏହି ସିନେମାରେ ଶାହରୁଖ ଖାନ-ଅମିତାଭ ଏକାସହ କାମ କରିବାକୁ ଯାଉଛନ୍ତି। କାରଣ ଏହି ସିନେମାରେ ଶାହରୁଖଙ୍କର କମ୍ପାନୀ ରେଡ ଚିଲିଜ୍‍ ଏଣ୍ଟରଟେନମେଣ୍ଟ, ଅଜୁର ଏଣ୍ଟରଟେନମେଣ୍ଟ ସହ ଏକାଠି କାମ କରୁଥିବା ଜଣାପଡିଛି। ୨୦୧୯ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories