www.samajalive.in
Saturday, December 13, 2025
26.1 C
Bhubaneswar

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ବର୍ଷରେ ନୂଆ ଟର୍ମିନାଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ଏୟାରପୋର୍ଟରେ ଯେଉଁ ଟର୍ମିନାଲ ରହିଥିଲେ ସେଥିରେ ବର୍ଷକୁ ୪୦ଲକ୍ଷ ଯାତ୍ରୀ ଯାତାୟତ କରନ୍ତି। ଯାତ୍ରୀ ସଂଖ୍ୟା ୮୦ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଏୟାରପୋର୍ଟ ୨୦ଟି ସହରକୁ ସଂଯୋଗ କରୁଥିବା ବେଳେ ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର ଭଳି ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି କରାଯାଇଛି। ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories