www.samajalive.in
Sunday, December 14, 2025
23.1 C
Bhubaneswar

ମୁକ୍ତିଲାଭ କଲା “ଖୋକା ଭାଇ ତୁମ ପାଇଁ”ର ଟ୍ରେଲର

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର “ଖୋକା ଭାଇ ତମ ପାଇଁ”ର ଟ୍ରେଲର ଗୁରୁବାର ରାଜଧାନୀର ଏକ ତାରକା ହୋଟେଲରେ ରିଲିଜ ହୋଇଯାଇଛି । ପୂର୍ବରୁ ରିଲିଜ ହୋଇଥିବା ଗୀତ ଗୁଡ଼ିକ ଲୋକାଦୃତ ହୋଇସାରିଛି । ଆଜି ଟ୍ରେଲର ରିଲିଜ ହେବା ପରେ ଦର୍ଶକମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ହୋଇଛି । ଏହି ଅବସରରେ ପ୍ରଯୋଜକ ଶୁଭେନ୍ଦୁ ସାହୁ, ନିର୍ଦ୍ଦେଶକ ଗିରିଶ ମହାନ୍ତି, ଅଭିନେତା ସ୍ୱରାଜ ବାରିକ, ଅଭିନେତ୍ରୀ ଲକି ମନିଷା(ଗାଁ ନା ଗାଲୁଆ ପୁରରୁ ଆରମ୍ଭ କ୍ୟାରିୟର ), ସରୋଜ ପରିଡ଼ା, ସୁକାନ୍ତ ରଥ, ଅର୍ପଣ ମିଶ୍ର, ଅଙ୍କିତା ଦାସ (ମିଠା ମିଠା ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଛନ୍ତି ), ଇନ୍ଦ୍ରାଣୀ, ସଙ୍ଗୀତ ପୁନଃ ନିର୍ମାଣ କରିଥିବା ମିତ୍ରଭାନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶ୍ରୋତାମାନେ ଶୁଣିବେ। ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡିଆଙ୍କର ସ୍ୱାଭିମାନ । ଓଡିଶା ବାସୀଙ୍କ ଭାବପ୍ରବଣତା ଏ ଫିଲ୍ମକୁ ଦଶହରା ବଜାରରେ ଆଗ ଧାଡିରେ ରଖିବ ଏଥିରେ ସନ୍ଦେହ ନାହିଁ । ସ୍ବରାଜ , ନବାଗତା ଲକି ମନୀଷାଙ୍କ ସହ ଏଥିରେ ସରୋଜ ପରିଡା ଏବଂ ଉପାସନା ମୁଖ୍ୟ ଚରିତ୍ରରେ ଅଛନ୍ତି । ଓଡ଼ିଆ ଦର୍ଶକ ପ୍ରଥମ ଥର ପାଇଁ ନୂଆ ଯୋଡି ସ୍ବରାଜ ଓ ଲକି ମନୀଷା ଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସ ଙ୍କୁ ମଧ୍ୟ ଦେଖିବେ । ଗାଁର ନାଁ ଖାଲୁଆପୁରରୁ ଲକି ମନୀଷା  କ୍ୟାରିୟର ଆରମ୍ଭ କରିଥିବା ବେଳେ ଅଙ୍କିତା ଦାସ ମିଠା ମିଠା ଫିଲ୍ମ ରୁ ଅଭିନୟ ଆରମ୍ଭ କରିଛନ୍ତି। ଚୁମକି , ମନ ମ୍ୟୁଜିୟମ ପରେ ଏହା ଉପାସନାଙ୍କର ତୃତୀୟ ଚଳଚ୍ଚିତ୍ର ଯାହା ଦୁର୍ଗାପୂଜା ରେ ରିଲିଜ୍ ହେବ । ଏହା ପୂର୍ବରୁ ଟେଲି ଦୁନିଆରେ ନିଜ ସିରିୟଲ୍ ଗୁଡିକ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ବନେଇଚନ୍ତି ଉପାସନା । ଖାସ୍ କରି ମାନିନୀ ସିରିୟଲରେ ତାଙ୍କ ଅଭିନୟର ପ୍ରତିଭା ଦର୍ଶକମାନେ ଦେଖିସାରିଛନ୍ତି  । ଏଥର ଦେଖିବାକୁ ବାକି ରହିଲା ଉପାସନା କେଉଁ ପ୍ରକାର ଭୂମିକାରେ ଆସି ନିଜ ଫ୍ୟାନସ୍ ଏବଂ ଦର୍ଶକମାନଙ୍କୁ  ଚକିତ କରୁଛନ୍ତି । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ରୁ ଶିକ୍ଷା ପ୍ରାପ୍ତ ଆଉ ଜଣେ ଓଡିଆ ପ୍ରତିଭା ହେଲେ ସରୋଜ । ଏକାଧିକ ଓଡିଆ ଫିଲ୍ମରେ ନିଜର ପ୍ରତିଭା ଦେଖେଇ ଏକ ଭିନ୍ନ ଲୁକ୍ ରେ ଆସୁଛନ୍ତି ସେ ନିଜ ଅଭିନୟ ଯାଦୁରେ ମନ୍ତ୍ରମୁଗ୍ଧ କରିବେ ଦର୍ଶକଙ୍କକୁ ଏଇ ସିନେମା ମାଧ୍ୟମରେ । ଖୋକା ଭାଇ ତୁମ ପାଇଁର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ୍ ମହାନ୍ତି ଏବଂ ତାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ। ଏଥିସହିତ ଓଲିଉଡ଼ ର ସୁପରିଚିତ ମିଡ଼ିଆ ପ୍ଲାନର ଓ କ୍ରୀଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories