www.samajalive.in
Sunday, December 14, 2025
19.1 C
Bhubaneswar

ଉଦ୍‌ଘାଟନ ପରେ ଅଚଳ ପାନୀୟ ଜଳ ପ୍ରକଳ୍ପ, ହେଉନି ମରାମତି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଲସକୁମ୍ପାସ୍ଥିତ ମା’ ବରାଳଦେବୀ ପୀଠ ପ୍ରାଙ୍ଗଣରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଥିଲା। କିନ୍ତୁ ଉଦଘାଟନର ୩ ବର୍ଷ ନ ପୂରୁଣୁ ପ୍ରକଳ୍ପଟି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହି ପ୍ରକଳ୍ପର ସୁଫଳ ଜନସାଧାରଣଙ୍କୁ ମିଳିପାରୁ ନାହିଁ।

କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବାରାଳଦେବୀ। ମା’ଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ। ମା’ଙ୍କ ମନ୍ଦିର ପାର୍ଶ୍ୱରେ ବାବା ଗୁପ୍ତେଶ୍ୱର ମନ୍ଦିର ଏବଂ ମା’ କାଳୀଙ୍କ ମନ୍ଦିର ଥିବାରୁ ବର୍ଷ ତମାମ ପ୍ରତ୍ୟେକ ଦିନ ଦର୍ଶନ କରିବା ପାଇଁ ଭକ୍ତ ଆସିଥାନ୍ତି। ଦର୍ଶନ ପୂର୍ବରୁ ହାତଗୋଡ ଧୋଇବା ଏବଂ ପିଇବା ପାଣିର ସୁବିଧା ପାଇଁ ଏହି ପ୍ରକଳ୍ପଟି ତିଆରି ହୋଇଥିଲା। କିଛି ମାସ ଚାଲିବା ପରେ ତାହା ଅଚଳ ହୋଇ ପଡ଼ିରହିଛି। ହେଲେ ପଞ୍ଚାୟତ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନ ହେଉ କି ଜିଲ୍ଲା ପ୍ରଶାସନ, କାହାର ମଧ୍ୟ ନଜରକୁ ଆସୁ ନାହିଁ। ବର୍ତ୍ତମାନ ମା’ ବରାଳ ଦେବୀଙ୍କ ମହାନବମୀ ଏବଂ ଦଶହରା ପୂଜା ପାଇଁ ମା’ଙ୍କ ପୀଠରେ ଜିଲ୍ଲା ପ୍ରଶାସନ, ତହସିଲଦାର ଏବଂ ମନ୍ଦିର ପରିଚାଳନା କମିଟିର ଘନ ଘନ ବୈଠକ ହେଉଥିଲେ ମଧ୍ୟ ପ୍ରକଳ୍ପ ମରାମତି ହୋଇନାହିଁ। ମନ୍ଦିର ଚତୁଃପାର୍ଶ୍ବରେ ବ୍ଲକ ପ୍ରଶାସନ ତରଫରୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ତାହା ମଧ୍ୟ କିଛି ବର୍ଷ ଚାଲିବା ପରେ ଅଚଳ ହୋଇପଡ଼ିଛି। ମନ୍ଦିର ଚତୁପାର୍ଶ୍ବ ଅନ୍ଧକାର ହୋଇ ରହୁଛି। ଯାହାଦ୍ଵାରା ଅନେକ ସମୟରେ ମନ୍ଦିରରୁ ଚୋରି ମଧ୍ୟ ହେଉଛି। ହେଲେ ଏଥିପ୍ରତି କାହାର ନଜର ପଡୁନାହିଁ। ମା’ଙ୍କ ମହାନବମୀ ଏବଂ ଦଶହରା ପୂଜା ପୂର୍ବରୁ ଉକ୍ତ ପ୍ରକଳ୍ପଗୁଡିକ ମରାମତି  କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories