www.samajalive.in
Friday, December 12, 2025
27.1 C
Bhubaneswar

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର

କଲମପୁର/ରଣମାଲ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜନ୍ମର କିଛି ସମୟ ପରେ ଖତଗଦାରେ ଫିଙ୍ଗିଦେଲା ଜନ୍ମକଲା ମାଆ ଓ ପରିବାର। ଏଭଳି ନିର୍ଦ୍ଦୟ, କଠୋର ହୃଦୟ ସମ୍ପନ୍ନ, ମମତା ବିହୀନ ମାଆ, ବାପା ଓ ପରିବାର କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅମାନୁଷିକ କାଣ୍ଡ କରିଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡା ଗାଁର ଗୋଟିଏ ଖତଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବୁଧବାର ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିବାବେଳେ ପାଖରେ ଥିବା ଏକ ଖତଗଦାରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା। କଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେ ଦୃଶ୍ୟ ହୃଦୟକୁ ଥରାଇ ଦେଇଥିଲା। ଏକ ନବଜାତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡ଼ିରହି ମରଣ ସହ ଲଢେଇ କରୁଥିଲା। ତୁରନ୍ତ ଗାଁର ଆଶା, ଅଙ୍ଗନବାଡ଼ି, ସ୍ଥାନୀୟ ପୁଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା। ପରେ ଶିଶୁକନ୍ୟାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ୧୨ ଶହ ଗ୍ରାମ ଓଜନର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶିଶୁକନ୍ୟା ବିଷୟରେ ଜିଲା ସିଡବ୍ଲ୍ୟୁସି ଓ ଶିଶୁ ସୁରକ୍ଷା ସମ୍ଭାଗକୁ ଅବଗତ କରାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories