www.samajalive.in
Sunday, December 7, 2025
14.1 C
Bhubaneswar

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ୪ ଆହତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡାବାଡି ନିକଟସ୍ଥ ବୁଲଣିଠାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ହେବାସହ ୪ ଜଣ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ(୭୦)। ଏଥିସହ ଆହତ ୪ ଜଣ ହେଉଛନ୍ତି ଗୋଖୁଳ ମାଳି(୫୦), ଲାଚନା ହିକକା(୪୦), ରାମଦାସ ସାରାକା(୨୫) ଓ ସୁରେଶ ସାରାକା।

କୃପା ଓ ଗୋଖୁଳ ଏକ ସ୍କୁଟିରେ କଲ୍ୟାଣସିଂହପୁର ବଜାର ଆସି କାମସାରି ନିଜ ଘର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗାଁକୁ ଯାଉଥିଲେ। ଏହି ସମୟରେ ଏକ ବାଇକରେ ସିଙ୍ଗାରି ପଞ୍ଚାୟତ ସାନ ବାମନଗୁଡା ଗାଁର ଲାଚନା ହିକକା, ରାମଦାସ ସାରାକା ଓ ସୁରେଶ ସାରାକା କଲ୍ୟାଣସିଂହପୁର ଆସୁଥିବାବେଳେ ଅଡାବାଡ଼ି ଓ ଢେପାଗୁଡା ନିକଟସ୍ଥ ବୁଲାଣି ମଧ୍ୟରେ ସ୍କୁଟି ଓ ବାଇକ ମୁହାଁମୁହିଁ ହେବା ଯୋଗୁଁଁ କୃପାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ଘଟଣା ସ୍ଥଳରେ ଛଟପଟ ହେଉଥିଲେ। ଏହାକୁ କିଛି ଲୋକ ଦେଖି ରୋଗିବୁହା ଗାଡିକୁ ଯୋଗାଯୋଗ କରିଥିଲେ। ଗାଡ଼ିଟି ଉପଲବ୍ଧ ନ ଥିବାରୁ ଏକ ଅଟୋ ସାହାଯ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସତ୍ୟନାରାୟଣ ଦାସ ପ୍ରାଥମିକ ଚିକିତ୍ସା କରି କୃପାଙ୍କ ଗୋଡ଼ ଦୁଇଟି ସ୍ଥାନରେ ଭାଙ୍ଗି ଯାଇଥିବାରୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ସାମାନ୍ୟ ଆହତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ଖବର ପାଇ କଲ୍ୟାଣସିଂହପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏସଆଇ ଶିବ ପ୍ରସାଦ ସ୍ବାଇଁ ଓ ଦିଲ୍ଲୀପ କୁମାର ମାଝୀ ଘଟଣାର ତଦନ୍ତ ଚଳାଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories