www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଚାରରେ ସୀମିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ: କାଶୀପୁର ସାହୁକଲୋନୀରେ କୁଢ଼ କୁଢ଼ ଆବର୍ଜନା, ଅଞ୍ଚଳବାସୀ ଅଣନିଃଶ୍ୱାସୀ

କେନ୍ଦୁଝରଗଡ଼: ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଠାରୁ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନ ଧରି ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଛି। ପ୍ରଶାସନିକସ୍ତରରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମ କେନ୍ଦୁଝର ସହରରେ କେବଳ ପ୍ରଚାରରେ ସୀମିତ ଥିବାନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ନିର୍ବାଚିତ ଲୋକ ପ୍ରତିନିଧି ହାତରେ ଝାଡୁ ଧରି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସଫେଇ ଅଭିଯାନ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଥିବାବେଳେ କେନ୍ଦୁଝର ସହରରେ ବାସ୍ତବପକ୍ଷେ ଏହା କେବଳ ପ୍ରଚାରରେ ସୀମିତ ରହିଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଘୋର ଉଦ୍‌‌ବେଗ ପ୍ରକାଶ ପାଇଛି। ୨୧ୱାର୍ଡ ବିଶିଷ୍ଟ କେନ୍ଦୁଝରଗଡ଼ ପୌରପାଳିକାର ଅନେକ ୱାର୍ଡରେ ଜମା ହୋଇ ରହୁଥିବା ଅଳିଆ ଆବର୍ଜନା ମାସ ମାସ ଧରି ସଫେଇ ହେଉ ନ ଥିବାରୁ ମଶାବଂଶ ବୃଦ୍ଧି ପାଇ ସମ୍ପୃକ୍ତ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ହଇଜା, ସ୍କ୍ରବ୍‌‌ ଟାଇଫସ୍‌‌ ଆଦି ରୋଗରେ ଆକ୍ରାନ୍ତ ଆଶଙ୍କା ନେଇ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌‌ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୌରପାଳିକାର ୧୦ନଂ ୱାର୍ଡ ସାହୁ କଲୋନୀ ଦେଇ ଯାଇଥିବା ପ୍ରମୁଖ ରାସ୍ତା ଉପରେ ମାସ ମାସ ଧରି କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିବା ସହ ରାସ୍ତା ଉପରେ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁଥିବାରୁ ମଶା ବଂଶ ବୃଦ୍ଧି ପାଇବା ସହ ପୁତିଗନ୍ଧମୟ ପରିବେଶରେ ସ୍ଥାନୀୟ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଏହି ୱାର୍ଡରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିକା ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ଉପରେ ଜମା ହୋଇ ରହିଥିବା ଅଳିଆ ଆବର୍ଜନାକୁ ସଫେଇ କରିବା ସହ ନର୍ଦ୍ଦମା ପାଣି ନିଷ୍କାସିତ କରାଯିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories