www.samajalive.in
Saturday, December 13, 2025
26.1 C
Bhubaneswar

ବର୍ବରତାର ସବୁ ସୀମା ଟପିଲା ମଣିଷ, କୁକୁରକୁ ବାଇକରେ ବାନ୍ଧି ଘୋଷାଡିବାର ଭିଡିଓ ଭାଇରାଲ

ଭୋପାଳ : ମଧ୍ୟ ପ୍ରଦେଶର ଗୁନାରେ ଏକ କୁକୁର ପ୍ରତି ଅକଥନୀୟ ଅତ୍ୟାଚାର ମାମଲା ସାମ୍ନାକୁ ଆସିଛି । ପପୁ ନାମକ ଜଣେ ଯୁବକ ଏକ କୁକୁରକୁ ପ୍ରଥମେ ବାଡିରେ ବାଡେଇବା ସହ ଗୋଡ ବାନ୍ଧି ବାଇକରେ ରାସ୍ତା ସାରା ଘୋଷାଡିଛି । ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଘଟଣା ସିଟି ଥାନା ଅନ୍ତର୍ଗତ ନୟାପୁରାର । ଭିଡିଓଟି ୭ ଦିନ ପୁରୁଣା ବୋଲି କୁହାଯାଉଛି । ଯୁବକଙ୍କ କୁନି ଝିଅକୁ କୁକୁରଟି କାମୁଡି ଦେଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସେ କୁକୁରକୁ ପିଟିବା ସହ ବାଇକରେ ଘୋଷାଡି ଘୋଷାଡି ରାସ୍ତାରେ ବୁଲାଇଥିଲେ । ଶେଷରେ ତା ମୁଣ୍ଡକୁ ପିଟି ପିଟି ଜଳନ୍ତା ଅଙ୍ଗାର ଭିତରକୁ ଫୋପାଡି ଦେଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପଶୁପ୍ରେମୀମାନେ ସେହି ବ୍ୟକ୍ତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories