www.samajalive.in
Thursday, December 11, 2025
16.1 C
Bhubaneswar

ବୟସ୍କ ନାଗରିକ ଦିବସରେ ଆଇନ ସଚେତନତା

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସରେ ଏକ ଆଇନ ସଚେତନତା ଶିବିର ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ସହଯୋଗରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାଗୃହରେ ଆୟୋଜିତ ଏହି ଶିବିରକୁ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଉଦଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଉଦବୋଧନ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ଦାସ ନିଜ ବକ୍ତବ୍ଯରେ ବୟସ୍କ ନାଗରିକଙ୍କ ଜ୍ଞାନ, ବୁଦ୍ଧି, ବିବେକ ଓ ଅଭିଞ୍ଚତାକୁ ସମ୍ମାନ ଜଣାଇ ସେମାନଙ୍କର ପରାମର୍ଶକୁ ଗ୍ରହଣ କଲେ ସମାଜର ଉପକାର ହେବ ବୋଲି କହିଥିଲେ । ଏଥିସହ ବୟସ୍କ ନାଗରିକଙ୍କ ମୌଳିକ ଅଧିକାର, ସୁରକ୍ଷା ଓ ସେମାନଙ୍କ ଭରଣପୋଷଣ ପାଇଁ ଆଇନରେ ଥିବା ବ୍ୟବସ୍ଥା ଏବଂ ସେମାନଙ୍କୁ କିପରି ମାଗଣାରେ ଆଇନ ସେବା ମିଳିପାରିବ ସେ ସମ୍ପର୍କରେ ଏଡିଜେ ଶ୍ରୀ ଦାସ ଆଲୋକପାତ କରିଥିଲେ ।
ବୟସ୍କ ବା ବରିଷ୍ଠ ନାଗରିକ ପରିବାର ବା ସମାଜ ପାଇଁ ବୋଝ ନୁହେଁ ବରଂ ସେମାନେ ପରିବାର,ସମାଜ ଓ ଦେଶ ପାଇଁ ସମ୍ପଦ ବୋଲି ବିବେଚନା କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ମୁଖ୍ଯବକ୍ତା ଭାବେ ଯୋଗଦେଇ ଏସଡିଜେଏମ ନରୋଜ କୁମାର ସାହୁ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ପ୍ରସନ୍ନ କୁମାର ରାଉତ ଓ ଓକିଲ ସଂଘ ସମ୍ପାଦକ ବନବିହାରୀ ସାହୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅଧିକାର ନିମନ୍ତେ ଆଇନରେ ଥିବା ପ୍ରାବଧାନ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ ।
ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ସଂପାଦକ ଗିରିଶ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଆଇନଜୀବୀ ଶ୍ରୀନିବାସ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଡିଜେ ଶ୍ରୀ ଦାସ ଏହି ଶିବିରରେ ଉପସ୍ଥିତ ବହୁ ବରିଷ୍ଠ ନାଗରିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସଂଘର କର୍ମକର୍ତ୍ତା ଇଂ ପ୍ରଭାତ କୁମାର ମିଶ୍ର,  ଆଇନ ସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ ଅନ୍ଯ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories