www.samajalive.in
Saturday, December 13, 2025
18.1 C
Bhubaneswar

କୃଷି ଓ କୃଷକଙ୍କ ପାଇଁ କାଳିଆ ଯୋଜନା ସର୍ବୋତ୍କୃଷ୍ଟ

ଭୁବନେଶ୍ୱର: କୃଷି ଓ କୃଷକଙ୍କ ଉନ୍ନତି ଓ ବିକାଶରେ କାଳିଆ ଯୋଜନା ଦେଶରେ ସର୍ବୋତ୍କୃଷ୍ଟ ସାବ୍ୟସ୍ତ ହେବ। କୃଷି ଓଡ଼ିଶା କର୍ମଶାଳାକୁ ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ସ୍ଥାନୀୟ ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏହି ପାଞ୍ଚଦିନିଆ କର୍ମଶାଳାକୁ ଉଦ୍‍ଘାଟନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ କାଳିଆ ଯୋଜନାର ପ୍ରଶଂସା କରି କହିଥିଲେ ଯେ ମୁଁ ଜାଣିବାକୁ ପାଇଲି କାଳିଆ ଯୋଜନା ଆମ ଚାଷୀ ଭାଇ ଓ ଭଉଣୀଙ୍କ ପସନ୍ଦ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ତାରିଖ ସମାପ୍ତ ହୋଇଛି। ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାଳିଆ ଯୋଜନାରେ ରବି ଓ ଖରିଫ ଋତୁ ପାଇଁ ଭାଗଚାଷୀ, କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କୁ ବିନା ସୁଧରେ ଋଣ ସହିତ ମାଗଣାରେ ବୀମା ଓ ଜୀବିକା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ଚାଷୀଙ୍କ ପାଇଁ ଉନ୍ନତିର ଦ୍ୱାର ଖୋଲିବ। ଚାଷୀଭାଇମାନେ ଯଦି କାଳିଆ ଯୋଜନାକୁ ଚାଷ କ୍ଷେତ୍ରରେ ଉପଯୋଗ କରି ସେମାନଙ୍କ ଆୟ ବୃଦ୍ଧି କରିପାରିବେ ତେବେ ମୁଁ ଖୁସି ହେବି।
ରାଜ୍ୟର କୃଷି ଚିତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ରାଜ୍ୟରେ କୃଷିର ବିକାଶ, ଦୀର୍ଘସ୍ଥାୟୀ କୃଷି ଦ୍ୱାରା ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଗତ ୬ ବର୍ଷ ଧରି ସ୍ୱତନ୍ତ କୃଷି ବଜେଟ୍‍ ଉପସ୍ଥାପନ କରି ଆସୁଛି। କୃଷକ ଭାଇମାନଙ୍କ ସହଯୋଗରୁ ଓଡ଼ିଶା ଲଗାତାର ୪ ଥର କୃଷି କର୍ମଣ ପୁରସ୍କାର ପାଇ ଆସୁଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ଖାଦ୍ୟ ନିଅଣ୍ଟିଆ ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ହୋଇଛି। ଅନ୍ୟ ରାଜ୍ୟର ଖାଦ୍ୟ ଚାହିଦା ମେଣ୍ଟାଇ ପାରୁଛି। କୃଷି କୃଷକଙ୍କ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ବଜାର ସୁବିଧା, ଉନ୍ନତଜ୍ଞାନକୌଶଳ, ଆର୍ଥିକ ସହାୟତା ଆଦି ଜରିଆରେ ଏହି ଲକ୍ଷ୍ୟହାସଲ ପାଇଁ ଉଦ୍ୟମ ଜାରି ରହିଛି।
ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ପାଇଁ ୨୦୧୪ରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଇତିମଧ୍ୟରେ ୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି। ଆସନ୍ତା ଏପ୍ରିଲ୍‍ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବ। ଚାଷୀଭାଇମାନଙ୍କ ସହଯୋଗରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସିଆଇଆଇର ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ କୃଷି ଓ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କୃଷି ଅର୍ଥନୀତିଜ୍ଞ ଡ. ଅଶୋକ ଗୁଲାଟି ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା, ଗରିବୀ ହ୍ରାସ ଯୋଜନା ଓ ବିଶେଷ କରି କାଳିଆ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। କାଳିଆ ଯୋଜନା ଦେଶରେ ଚାଷୀଙ୍କ ସମସ୍ୟା ସମାଧାନରେ ମାର୍ଗଦର୍ଶକ ହେବ ବୋଲି ସେ କହିଥିଲେ। ଏହି କର୍ମଶାଳାରେ ବହୁ କୃଷକ, କୃଷିବିତ୍‍, କୃଷି ନିବେଶକାରୀ ଓ ଭାରତ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories