www.samajalive.in
Friday, December 5, 2025
26.1 C
Bhubaneswar

ଲେବାନନ୍‌‌ ସୀମାରେ ପଶିଲା ଇସ୍ରାଏଲ ସେନା; ହେଜବୋଲ୍ଲା ଠିକଣାକୁ ଟାର୍ଗେଟ

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ଥିବା ହେଜବୋଲ୍ଲାକୁ ନିପାତ କରିବା ପାଇଁ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଲେବାନନରେ ପ୍ରବେଶ କରି ସ୍ଥଳସେନାରେ ଅପରେସନ ଆରମ୍ଭ କରିଛି। ସ୍ଥଳପଥରେ ସିଧାସଳଖ ଯୁଦ୍ଧ ପାଇଁ ଇସ୍ରାଏଲ ରାଷ୍ଟ୍ରପତିଙ୍କ ଆହ୍ୱାନକୁ ସ୍ୱୀକାର କରିଛି ହେଜବୋଲ୍ଲା। ସୂଚନାଯୋଗ୍ୟ ଇସ୍ରାଏଲ ହେଜବୋଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କୁ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ହେଜବୋଲ୍ଲାକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଲେବାନନରେ ପ୍ରବେଶ କରିଛି। ଆଇଡିଏଫ ଯବାନମାନେ ଦକ୍ଷିଣ ଲେବାନନରେ ପ୍ରବେଶ କରିବା ପରେ ହେଜବୋଲ୍ଲା ଠିକଣାକୁ ଟାର୍ଗେଟ କରିଥିବା ଇସ୍ରାଏଲ ସେନା ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories