www.samajalive.in
Sunday, December 7, 2025
14.1 C
Bhubaneswar

ଭରତପୁର ଥାନା ଘଟଣା: ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ, ହେବ ପଲିଗ୍ରାଫ ପରୀକ୍ଷା

ଭୁବନେଶ୍ବର : ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ । ସେଠାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ ଅଧିକାରୀଙ୍କର ପଲିଗ୍ରାଫ ପରୀକ୍ଷା ହେବ। ଏଥିଲାଗି ଆଜି କ୍ରାଇମବ୍ରାଞ୍ଚ ସେମାନଙ୍କୁ ଗୁଜରାଟ ନେବ। ସୋମବାର ଦୀନକୃଷ୍ଣଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ। ଅନ୍ୟ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ପରୀକ୍ଷା ହେବ। ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ତଦନ୍ତକାରୀ ଦଳ ଆଶା ବାନ୍ଧିଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ନିଲମ୍ବିତ ହୋଇଥିବା ଜଣେ ମହିଳା ସବ୍‌-ଇନ୍ସପେକ୍ଟର ଓ ୨ ମହିଳା ଅତିରିକ୍ତ ସବ୍‌-ଇନ୍ସପେକ୍ଟର ଏବଂ ଘଟଣା ଦିନ ସେଠାରେ ଉପସ୍ଥିତ ଆଉ ଜଣେ ଏସ୍‌ଆଇଙ୍କର ମଧ୍ୟ ପଲିଗ୍ରାଫ ପରୀକ୍ଷା ହେବ। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଉକ୍ତ ଏସ୍‌ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ନିଲମ୍ବିତ କନଷ୍ଟେବଳଙ୍କର କୌଣସି ପରୀକ୍ଷା କରାଯିବ ନାହିଁ ବୋଲି ସୂଚନା ରହିଛି। ଅନ୍ୟପଟେ ଅଭିଯୋଗକାରିଣୀଙ୍କର ଲାଇ ଡିଟେକ୍ସନ ପରୀକ୍ଷା, ପଲିଗ୍ରାଫ ଓ ନାର୍କୋ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories