www.samajalive.in
Wednesday, December 10, 2025
23.1 C
Bhubaneswar

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଖର୍ଚ୍ଚ ୧୪୨୩.୪୭ କୋଟି

ଡେସ୍କ: ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୪-୨୫ ଆର୍ଥିକ ବର୍ଷଠାରୁ ୨୦୨୮-୨୯ ପର୍ଯ୍ୟନ୍ତ ୧୪୨୩.୪୭ କୋଟି ଟଙ୍କାର ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରାଜ୍ୟର ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ପ୍ରାୟ ୧୫ ଲକ୍ଷ ୪୭ ହଜାର ୮୩୭ ଜଣ ଗୋପାଳକଙ୍କ ଆୟ ବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଏହି ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାଗୁଡିକ ମଧ୍ୟରେ ମଇଁଷି ପାଳନ ଯୋଜନାରେ ୧୧୦.୨୩ କୋଟି ଟଙ୍କା ବ୍ୟୟ କରାଯିବ ଓ ଏଥିରେ ୬ ହଜାର ୩୩୭ ଜଣ ଦୁଗ୍ଧ ଚାଷୀ ଉପକୃତ ହେବେ। ସେହିଭଳି ଗୋପାଳନ ଯୋଜନାରେ ୪୭୬ କୋଟି ଟଙ୍କା ବ୍ୟୟରେ ୩୧ ହଜାର ୫୦୦ ଦୁଗ୍ଧ ଚାଷୀ, ଗୋ ସମ୍ପଦ ବୀମା ଯୋଜନାରେ ୧୮୭.୪୨ କୋଟି ଟଙ୍କା ବ୍ୟୟରେ ୩ ଲକ୍ଷ ଦୁଗ୍ଧ ଚାଷୀ, ବାଛୁରୀ ପାଳନ ଯୋଜନାରେ ୨୧୬.୦୯ କୋଟି ଟଙ୍କା ବ୍ୟୟରେ ୭୫ ହଜାର ଦୁଗ୍ଧ ଚାଷୀ, ଦୁଗ୍ଧ ସମବାୟ ସମିତି ଅନ୍ତର୍ଗତ ଗୋପାଳକଙ୍କୁ ଆର୍ଥିକ ପ୍ରୋତ୍ସାହନ ବାବଦକୁ ୧୬୬.୪୩ କୋଟି ଟଙ୍କା ବ୍ୟୟରେ ୬ ଲକ୍ଷ ୨୫ ହଜାର ଦୁଗ୍ଧ ଚାଷୀ ଏବଂ ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ବାବଦକୁ ୨୦୦.୬୮ କୋଟି ଟଙ୍କା ବ୍ୟୟରେ ୫ ଲକ୍ଷ ଦୁଗ୍ଧଚାଷୀ ଉପକୃତ ହେବେ। ଏହା ବ୍ୟତୀତ ଦୁଗ୍ଧ ଉତ୍ପାଦନ ପ୍ରତିଷ୍ଟାନ ଗୁଡିକର ସଶକ୍ତିକରଣ ପାଇଁ ୪୧.୧୦ କୋଟି ଓ ଓମଫେଡକୁ ସହାୟତା ବାବଦକୁ ୨୫.୫୨ କୋଟି ଟଙ୍କା ବ୍ୟୟ କରାଯିବ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories