www.samajalive.in
Sunday, December 14, 2025
23.1 C
Bhubaneswar

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ ଓ ରଥ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ସହ ରଥ ଉଦଘାଟନ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସମ୍ୟରଞ୍ଜନ ଜେନା ଉପସ୍ଥିତ ରହି  ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଯକ୍ଷ୍ମା ପ୍ରତିଶୋଧକ ଟୀକାକରଣ ଦେବା ସହ ପତାକା ଦେଖାଇ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।  ୧୮ବର୍ଷରୁ ଉର୍ଦ୍ଧ୍ବ ମହିଳା ପୁରୁଷ ମାନଙ୍କୁ ଟୀକା ଦିଆଯିବ ବୋଲି ଡାକ୍ତର ଶ୍ରୀ ଜେନା କହିଛନ୍ତି । ଶତ ପ୍ରତିଶତ ଟୀକାକରଣ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଉକ୍ତ ରଥ ବ୍ଲକ ୧୪ଟି ପଞ୍ଚାୟତର ପ୍ରତ୍ୟେକ ଗାଁ ଗାଁ ବୁଲି ଟୀକା ନେବା ପାଇଁ ସଚେତନତା କରିବ ।ଏଥିରେ କୈଳାସ ନାୟକ, ପୁରୁଷ ପରିଦର୍ଶକ ରବିନାରାୟଣ ଦାସ, ଆଶା ସୁଧାରାଣୀ ପଟ୍ଟନାୟକ, ରାମା ପଟ୍ଟନାୟକ, ପ୍ରମିଳା ପଟ୍ଟନାୟକ, ବୁଧେଶ୍ୱର ଦେ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହାକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories