www.samajalive.in
Sunday, December 7, 2025
16.1 C
Bhubaneswar

ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ମାଓ ସଙ୍ଗଠନ ବିରୋଧରେ ଲାଗିଲା ପୋଷ୍ଟର। ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳ, ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳ ସହ ଅନେକ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆଦିବାସୀ ସୁରକ୍ଷା ମଞ୍ଚ ଅବିଭକ୍ତ କୋରାପୁଟ ଜିଲା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଏଥିରେ ଉଲ୍ଲେଖ ରହିଛି।

ଏଥିରେ ଲେଖାଯାଇଛି ଯେ, ମାଲକାନଗିରି ଜିଲାରେ ଦୀର୍ଘବର୍ଷ ଧରି ଅନେକ ଅଞ୍ଚଳର ଯୁବକ ଯୁବତୀମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପାମାଆ ଘର ଦ୍ବାର ଛାଡ଼ି ବହୁ କଷ୍ଟ ସହି, ଅଣ ଆଦିବାସୀ ଓ ଅଣ ଓଡ଼ିଆ ନକ୍ସଲ ନେତା ନେତ୍ରୀଙ୍କ ଦ୍ବାରା ନିର୍ଯାତିତ ହୋଇ ବର୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରେ ସୁରକ୍ଷା କର୍ମୀମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀ ନିଜ ଜୀବନ ହରାଉଛନ୍ତି। ତେଣୁ ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ସୁରକ୍ଷା ସମିତି ତରଫରୁ ସମସ୍ତଙ୍କୁ ଅନୁରୋଧ କରଯାଇଛି ଯେ, ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମମାଟିକୁ ଫେରି ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଆପଣାଇ ନିଅନ୍ତୁ।

- Advertisement -

ପୋଷ୍ଟରରେ ଆହୁରି ଉଲ୍ଲେଖ ଅଛି ଯେ, ବାରମ୍ବାର ଦେଖାଯାଉଛି ମାଓ ସଂଗଠନରେ ଥିବା ବଡ଼ ନେତାମାନେ ଆଦିବାସୀ ଓ ପଛୁଆ ଜାତି ତଥା ଛୋଟ ସଦସ୍ୟମାନଙ୍କୁ ତାଙ୍କ ନିଜ କାମ କରାଇବା ସହ ଶୋଷଣ କରୁଛନ୍ତି। ଝିଅମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ନିକଟ ଅତୀତରେ ଏଓବିଏସଜେଡ୍‌ସିର ସେକ୍ରେଟାରୀ ବୋଲି ନିଜକୁ ପରିଚୟ ଦେଇଥିବା ଉଦୟ ଏବଂ ତାର ଅନ୍ୟ ପୁରୁଷ ନକ୍ସଲ ସାଥୀମାନେ ମିଶି ଜଣେ ଆଦିବାସୀ ଝିଅକୁ ମିଛ ନିନ୍ଦା କରି ତାକୁ ଗଣ ଦୁଷ୍କର୍ମ କରି ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ। ଏଥୁରୁ ସମଗ୍ର ନାରୀ ଜାତି ପାଇଁ ନକ୍ସଲ ସଂଗଠନରେ ସମ୍ମାନ କେତେ ଅଛି ଜଣାପଡୁଛି। ସ୍ୱାଭିମାନ ଅଞ୍ଚଳର ଛୋଟ ଛୋଟ ଝିଅମାନଙ୍କୁ ମଧ୍ୟ ମାଓ ସଂଗଠନ ଜୋର୍ ଜବରଦସ୍ତ ନିଜ ସାଙ୍ଗରେ ରଖନ୍ତି ଏବଂ ସେମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଛନ୍ତି। ସେମାନେ ପାର୍ଟି ଛାଡ଼ି ନିଜ ନିଜ ଘରକୁ ଫେରିବାକୁ ଚେଷ୍ଟା କଲେ ମଧ୍ୟ ଏଓବିଏସଜେଡ୍‌ସି ସେକ୍ରେଟାରୀ ଉଦୟ ବଳପୂର୍ବକ ସେମାନଙ୍କୁ ଛତିଶଗଡ଼ରେ ନିଜ ପାଖରେ ରଖି ନିଜର କାମ କରାଉଛି। ବିଭିନ୍ନ ସମୟରେ ଆମେ ସମ୍ବାଦ ପତ୍ର ଦେଖି ଜାଣୁଛୁ ମାଓବାଦୀ କ୍ୟାମ୍ପରୁ ସୁରକ୍ଷା କର୍ମୀମାନେ ଜବତ କରୁଥିବା ଜିନିଷ ପତ୍ର ଭିତରେ ଗର୍ଭ ନିରୋଧକ ବଟିକା ଆଦି ମିଳୁଛି। ଯାହାକି ବଡ ବଡ ମାଓ ନେତାମାନେ ବ୍ୟବହାର କରି ଆମ ଆଦିବାସୀ ଝିଅମାନଙ୍କ ଇଜତ ସହିତ ଖେଳୁଛନ୍ତି। ତେଣୁ ଆମେ ଅବିଭକ୍ତ କୋରାପୁଟ ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ମାଓବାଦୀ ସଂଗଠନକୁ ଚେତାଇ ଦେଉଛୁ ଆମ ଅଞ୍ଚଳର ସମସ୍ତ ଆଦିବାସୀ ପୁଅ ଝିଅମାନଙ୍କୁ ଯଥାଶୀଘ୍ର ନିଜ ନିଜ ଘରକୁ ଛାଡିଦିଅ, ନଚେତ ପରିଣାମ ଭୟାବହ ହେବ ଏବଂ ଆବଶ୍ୟକ ପଡ଼ିଲେ ଆମେ ମଧ୍ୟ ମାଓବାଦୀଙ୍କୁ ଏହି ଅନ୍ୟାୟ କାର୍ଯ୍ୟରୁ ନିବୃତ କରିବା ପାଇଁ ତାଙ୍କ ବିରୁଦ୍ଧରେ ହତିଆର ଉଠେଇବୁ ବୋଲି ପୋଷ୍ଟରେ ଲେଖାହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories