www.samajalive.in
Sunday, December 14, 2025
15.1 C
Bhubaneswar

ବାଘ ମୃତ୍ୟୁ ଘଟଣା; ଆରସିସିଏଫ, ସାଇଣ୍ଟିଫିକ୍‌ , ପ୍ରାଣୀ ଚିକିତ୍ସକ ଟିମର ତଦନ୍ତ 

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ପୋଢହଳ ସଂରକ୍ଷିତ ଜଙ୍ଗଲର କମ୍ପାଣ୍ଟମେଣ୍ଟ-୪ର କୋଇଲା ଢିପ ନାଳ ନିକଟରୁ ବୁଧବାର ବନବିଭାଗ ଏକ କଲରାପତରିଆ ବାଘର ମୃତଦେହ ଠାବ କରିଥିଲା। ବାଘ ମୃତ୍ୟୁ ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ବ୍ରହ୍ମପୁର ଆରସିସିଏଫ ଡଃ ସଂଜୟ କୁମାର ସ୍ୱାଇଁ, ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ସାଇଣ୍ଟିଫିକ୍‌ ଟିମର କିଶୋର ଚନ୍ଦ୍ର ସାହୁ, ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ଏବଂ ବୌଦ୍ଧ ପ୍ରାଣୀଚିକିତ୍ସକ ଟିମ ପଂହଚି ଘଟଣାର ତଦନ୍ତ କରିଥିଲେ। ମୃତ ବାଘର ମୁହଁ, ଛାତି, ପେଟ ସହିତ ଆଗ, ପଛ ଗୋଡ ପଚି ଯାଇଥିବା ଦେଖିବାକୁ ମିଳିଥିଲା। ମେଟାଲ ଡିଟେକ୍ଟର ସାହାଯ୍ୟରେ ମୃତଦେହ ସ୍କାନିଂ କରାଯାଇଥିଲା। ଏହା ସହିତ ବିଷକ୍ରିୟା ସନ୍ଦେହ କରି ସେ ଦିଗରେ ମଧ୍ୟ ତଦନ୍ତ କରାଯାଇଥିଲା। ମାତ୍ର ପ୍ରାଥମିକ ତଦନ୍ତରୁ ମୃତଦେହରୁ ମେଟାଲ ଡିଟେକ୍ଟର ସ୍କାନିଂ ପରେ ଗୁଳି, କିମ୍ବା କୌଣସି ଧାତୁ ଜିନିଷ ବାଘ ମୃତଦେହରୁ ଠାବ ହୋଇନଥିବା ସୂଚନା ମିଳିଛି । ମୃତ ବାଘର ବୟସ ୮ରୁ୧୦ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବାଘର ମଳଦ୍ୱାର, ପରିସ୍ରାନଳୀ ପଚି ଯାଇଥିବାରୁ ବାଘଟି ମହିଳା କି ପୁରୁଷ ଜଣାପଡିନାହିଁ।

ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..

- Advertisement -

ପ୍ରାଥମିକ ତଦନ୍ତରୁ ବାଘର ସ୍ୱଭାବିକ ମୃତ୍ୟୁ ଘଟି ଥାଇପାରେ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି। ମାତ୍ର ବାଘର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ଫଷ୍ଟ ହେବ। ମାଧପୁର ରେଞ୍ଜର ଫରେଷ୍ଟ କ୍ୱାର୍ଟର ଠାରୁ ମାତ୍ର ୪କିଲୋମିଟର ଦୂରରେ ଥିବା ଏକ ରାସ୍ତାକଡରେ ବାଘର ମୃତ୍ୟୁ ଘଟିଛି। କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଲା, ଏହା ଉପରେ ପଙ୍ଖାନୁପଙ୍ଖ ତଦନ୍ତ ସହ ଘଟଣାର ପର୍ଦ୍ଦାଫାଶ କରିବାକୁ ବୁଦ୍ଧିଜୀବି, ବନ୍ୟପ୍ରାଣୀ ପ୍ରେମିଙ୍କ ମହଲରେ ଦାବୀ ହେଉଛି।

କିଛିଦିନ ତଳେ ଏସଟିଏଫଟିମ ଏକ ବାଘ ଚମଡା ଭୁବନେଶ୍ୱର ଅଂଚଳରୁ ଜବତ କରିଥିଲା। ଏହି ଘଟଣାର ଖୋଳତାଡ ପରେ ବାଘଟି ବଦଲା ଫରେଷ୍ଟ କ୍ୱାର୍ଟରଠାରୁ ଦେଢରୁ ଦୁଇ କିଲୋମିଟର ଦୂରରେ ଶିକାର କରାଯାଇଥିବା ଏସଟିଏଫ ଟିମ ଜାଣିବାକୁ ପାଇଥିଲା। ବାଘ ଶିକାର ପଛରେ ଏକ ରାକେଟ କାମକରୁଥିବା ମଧ୍ୟ ସନ୍ଦେହ କରାଯାଉଛି। ଏ ସର୍ମ୍ପକରେ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ସେ କହିଲେ ପ୍ରାଥମିକ ତଦନ୍ତରୁ ବାଘର ସ୍ୱଭାବିକ ମୃତ୍ୟୁ ଘଟି ଥାଇପାରେ ବୋଲି ଅନୁମାନ କରୁଛୁ । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories