www.samajalive.in
Sunday, December 14, 2025
16.1 C
Bhubaneswar

ପାକିସ୍ତାନକୁ ଆଇଏମ୍ଏଫର ୭୦୦ କୋଟି ଡଲାର ଋଣ ମଞ୍ଜୁରୀ

ଇସଲାମାବାଦ : ପାକିସ୍ତାନକୁ ୭୦୦କୋଟି ଡଲାର ଋଣ ସହାୟତା ଯୋଗାଇ ଦେବାକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର କାର୍ଯ୍ୟକାରୀ ବୋର୍ଡ ନିଷ୍ପତ୍ତି ନେଇଛି। ବୋର୍ଡ ଏହାର ନିଷ୍ପତ୍ତି ସମ୍ପର୍କରେ ଗୁରୁବାର ଘୋଷଣା କରିଛି। ଏହି ଋଣ ବିଷୟରେ ପାକିସ୍ତାନ ସରକାର ଓ ଆଇଏମଏଫ୍‌ ଦୁଇମାସ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିଛନ୍ତି। ଆଇଏମ୍‌ଏଫର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନକୁ ମଞ୍ଜୁର ହୋଇଥିବା ୭୦୦ କୋଟି ଡଲାର ଋଣ ୩୭ମାସ ମଧ୍ୟରେ ପର୍ଯ୍ୟାୟ କ୍ରମରେ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଡଲାର ତୁରନ୍ତ ପ୍ରଦାନ କରାଯିବ।

ଆଇଏମଏଫ୍‌ର ଏହି ସହାୟତା ଘୋଷଣା ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ବଡ ଆଶ୍ବସ୍ତି ପ୍ରଦାନ କରିଛି। ପାକିସ୍ତାନକୁ ଏହି ଋଣ ମଞ୍ଜୁର ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଆଇଏମଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜିଓର୍ଜିଭା ଓ ତାଙ୍କ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପାକିସ୍ତାନ ସରକାରଙ୍କ ପକ୍ଷରୁ ଆଇଏମଏଫ୍‌ରେ ଋଣ ଦାବି ପାଇଁ ଆଲୋଚନା ଚଳାଇଥିବା ନିଜ ସଦସ୍ୟଙ୍କୁ ମଧ୍ୟ ସରିଫ୍ ପ୍ରଶଂସା କରିଛନ୍ତି। ଆଇଏମଏଫ୍ ଠାରୁ ଋଣ ପାଇବା ଲାଗି ପାକିସ୍ତାନ ଆବଶ୍ୟକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବାବେଳେ ସରିଫ ନିଜର ବନ୍ଧୁ ରାଷ୍ଟ୍ରଙ୍କ ସହାୟତା ଲୋଡିଥିଲେ। ଋଣ ପାଇବାର ମାନଦଣ୍ଡ ପୂରଣ କରିବାରେ ଚୀନ ବଡ ସହାୟତା କରିଥିଲା। ଏଥିପାଇଁ ସରିଫ୍ ଚୀନକୁ ପ୍ରଶଂସା କରିଛନ୍ତି। କେବଳ ଚୀନ ନୁହେଁ ସାଉଦି ଆରବ ଓ ୟୁଏଇ ମଧ୍ୟ ପାକିସ୍ତାନକୁ ଋଣ ମାନଦଣ୍ଡ ପୂରଣ କରିବାରେ ସହାୟତା କରିଥିଲେ। ଏଥିପାଇଁ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ବୈଠକରେ ସରିଫ ଏହି ରାଷ୍ଟ୍ରଗୁଡିକୁ ପ୍ରଶଂସା କରିଥିଲେ।

- Advertisement -

ପାକିସ୍ତାନକୁ ଋଣ ସହାୟତା ପ୍ରଦାନ ଲାଗି ଆଇଏମଏଫ୍‌ କଠୋର ସର୍ତ୍ତ ରଖିଛି। ସର୍ତ୍ତ ଅନୁଯାୟୀ ପାକିସ୍ତାନ ଏହାର ରାଜସ୍ବ ବୃଦ୍ଧି ଲାଗି ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଟିକସ ଆଦାୟକୁ କଡାକଡି କରିବ। ଏପରିକି ପାକିସ୍ତାନ ଏହାର ଟିକସ ପରିମାଣ ୧୩ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବ। ଯାହା ଚଳିତ ଆର୍ଥିକ ବର୍ଷର ଟିକସ ପରିମାଣ ଠାରୁ ୪୦% ଅଧିକ। ଏହି ଟିକସ ପରିମାଣ ବୃଦ୍ଧି ଲାଗି ପାକିସ୍ତାନ ଏହାର ବିଦ୍ୟୁତ୍ ବିଲ୍ ଓ ଅନ୍ୟାନ୍ୟ ଶକ୍ତି ଉତ୍ସର ବିଲ୍‌କୁ ୨୦ରୁ ୩୦ ପ୍ରତିଶତ ବୃଦ୍ଧି କରିଛି। ଯାହା ପାକିସ୍ତାନର ସାଧାରଣ ଲୋକଙ୍କ ଉପରେ ବଡ ବୋଝ ହୋଇଛି। ୨୦୨୩ ଶେଷ ସୁଦ୍ଧା ପାକିସ୍ତାନର ମୋଟ ଋଣ ପରିମାଣ ୨୫,୦୦୦ କୋଟି ଡଲାରରେ ପହଞ୍ଚିଥିଲା। ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ଓ ବିଦେଶୀ ରାଷ୍ଟ୍ର ଠାରୁ ପାକିସ୍ତାନ ଏହି ଋଣ ନେଇଛି। ପାକିସ୍ତାନର ଏହି ଋଣ ଦେଶର ମୋଟ ଜିଡିପିର ୭୪%। ପାକିସ୍ତାନ ଯେଉଁ ଋଣ କରିଛି ସେଥିରୁ ୪୦% ଚୀନ ଠାରୁ ନେଇଛି। ଚୀନର ବାଣିଜ୍ୟିକ ବ୍ୟାଙ୍କ ପାକିସ୍ତାନ ପାଇଁ ସବୁଠାରୁ ବଡ ଋଣ ପ୍ରଦାନକାରୀ ସଂସ୍ଥା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories