www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ

ଡେସ୍କ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଆଜି ଓଡ଼ିଶା ଗସ୍ତରେ ଆସି ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଏହି ଗସ୍ତ କାଳରେ ସେ ପରିମଳ, ସ୍ୱଚ୍ଛତା, ଓଡିଏଫ ପ୍ଲସ୍ ମଡେଲ ଘୋଷଣା ଏବଂ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଆକଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ବିଶିଷ୍ଟ ସମାଜ ସଂସ୍କାରକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ଏକ ପେଡ୍ ମା କେ ନାମ ଅଧୀନରେ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଉତ୍କଳମଣି ସ୍ମାରକୀ ସଂଗ୍ରହାଳୟ ପରିଦର୍ଶନ ପରେ ବିଦ୍ୟାଧରପୁର ଗ୍ରାମରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସେ ବ୍ୟକ୍ତିଗତ ଘରୋଇ ଶୌଚାଳୟ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏସବିଏମ୍ (ଜି) ଅଧୀନରେ ସୃଷ୍ଟି ହୋଇଥିବା ବିଭିନ୍ନ ପରିମଳ କାର୍ଯ୍ୟର ସମୀକ୍ଷା କରିଥିଲେ।

ବୀରରାମଚନ୍ଦ୍ରପୁର ପଞ୍ଚାୟତଠାରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଚାଲିଥିବା ଏସଏଚଏସ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସାମୂହିକ କାର୍ଯ୍ୟ ଓ ସଂପୃକ୍ତିର ଶକ୍ତିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଓଡ଼ିଶାର ପ୍ରଭାବଶାଳୀ ଅଗ୍ରଗତି ସମ୍ପର୍କରେ ସେ ଆଲୋକପାତ କରିଥିଲେ, ଯାହା ଶୌଚାଳୟ ସୁବିଧା ପାଇଁ ୧୨%ରୁ ୧୦୦%କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏସବିଏମ୍ ଏବଂ ୧୦ବର୍ଷ ଧରି ଜାରି ରହିଥିବା କାର୍ଯ୍ୟ ଗୋଷ୍ଠିଗୁଡ଼ିକୁ ସେମାନଙ୍କ ପରିବେଶର ମାଲିକାନା ନେବାକୁ ପ୍ରେରଣା ଦେଉଛି ବୋଲି ମନ୍ତ୍ରୀ କହିଥିଲେ।

- Advertisement -

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳରେ ୨୫,୩୭୬ଟି କାର୍ଯ୍ୟକ୍ରମ, ୨୦୦୩ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ ଏବଂ ୩୧୪ଟି ସଫେଇମିତ୍ର ସୁରକ୍ଷା ଶିବିରର ରୂପାନ୍ତର ପାଇଁ ଯୋଜନା କରିଛି। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦.୭ ଲକ୍ଷ ଲୋକ ଅଂଶଗ୍ରହଣ କରି ୧୧,୭୯୯ଟି କାର୍ଯ୍ୟକ୍ରମ ଶେଷ କରିସାରିଲେଣି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories