www.samajalive.in
Saturday, December 13, 2025
26.1 C
Bhubaneswar

ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..

ନୂଆଦିଲ୍ଲୀ : ଅଧିକାଂଶ ଲୋକେ ପନୀର ଖାଇବାକୁ ପସନ୍ଦ କରନ୍ତି । ନିରାମିଷଙ୍କ ପାଇଁ ପନୀର ପ୍ରୋଟିନର ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ପନୀରରେ ପ୍ରୋଟିନ୍‌ ବ୍ୟତୀତ ଭିଟାମିନ୍‌ ବି, କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ତେବେ ପନୀରକୁ ୨୫୦ ଗ୍ରାମକୁ ଅଧିକରୁ ଅଧିକ ୧୦୦,୧୨୦ ଟଙ୍କାରେ କିଣି ଥିବେ । ୧ କେଜି ପନୀର ପାଇଁ ୫ଶହ କିମ୍ବା ୬ଶହ ଟଙ୍କା ଖର୍ଚ୍ଚ କରି ଥିବେ ।ମାତ୍ର ଏପରି ଏକ ପନୀର ବିଷୟରେ ଜାଣିଛନ୍ତି କି, ଯାହା ବଜାରରେ ମିଳୁଥିବା ସାଧାରଣ ପନୀର ଦାମ୍‌ ଠାରୁ ଖୁବ୍‌ ମହଙ୍ଗା । ଏହି ପନୀର ଦାମ୍‌ ସାମ୍ନାରେ ଆପଣଙ୍କୁ ସୁନା ଶସ୍ତା ଲାଗିବ।

ଅକ୍ଟୋବର ମାସର ଭାଗ୍ୟଶାଳୀ ରାଶି ; ମା’ଲକ୍ଷ୍ମୀ ଚମକାଇବେ ଏମାନଙ୍କ ଭାଗ୍ୟ, ମିଳିବ ଧନ, ହେବ ବିବାହ..

- Advertisement -

ଅନେକ ଲୋକେ ପନୀର ବ୍ୟବହାର କରି ଭୋଜନ ପ୍ରସ୍ତୁତ କରି ଥାଆନ୍ତି । କେବେ ଗଧ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପନୀର ଖାଇଛନ୍ତି କି? ସର୍ବିଆର ଜେସାବିକାରେ ଗଧ କ୍ଷୀରରୁ ଏହି ମହଙ୍ଗା ପନୀରକୁ ପ୍ରସ୍ତୁତ କରାଯାଉଛି । ଏଠାରେ ବିଶ୍ୱର ସବୁଠାରୁ ମହଙ୍ଗା ପନୀର ପ୍ରସ୍ତୁତ କରାଯାଏ । ଗଧ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଏହି ପନୀର ଦାମ୍‌ କିଲୋ ପ୍ରତି ୭୮,୮୦୦ ଟଙ୍କାରେ ବିକ୍ରି କରାଯାଏ । ୨୫ କିଲୋ କ୍ଷୀରରୁ ଏକ କେଜି ପନୀର ପ୍ରସ୍ତୁତ କରାଯାଏ।

ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..

ଗଧ କ୍ଷୀରରୁ ପ୍ରସ୍ତୁତ ପନୀର ଖାଇବାକୁ ମଧ୍ୟ ଖୁବ୍‌ ସ୍ୱାଦିଷ୍ଟ । ଏହା ଖୁବ୍‌ ନରମ । ସ୍ୱାଦରେ ଏହା ସାମାନ୍ୟ ଲୁଣିଆ । ସ୍ୱାସ୍ଥ୍ୟ ପାଇଁ ଏହି ପନୀର ଖୁବ୍‌ ଲାଭଦାୟକ । ଗଧ କ୍ଷୀରରେ ଅଧିକ ପ୍ରୋଟିନ୍‌ ମଧ୍ୟ ରହିଥାଏ।

ଭିଡିଓରେ ଦେଖନ୍ତୁ ; ଦିନ ଦ୍ୱିପ୍ରହରରେ କେମିତି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories