www.samajalive.in
Tuesday, December 9, 2025
26.1 C
Bhubaneswar

ନମୋ ଆପରେ ସର୍ଭେ ; ମତ ଦେବାପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯କୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ରାଜନୈତିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ସେହିପରି କେନ୍ଦ୍ର ଶାସକ ଦଳ ଭାରତୀୟ ଜନତା ପାର୍ଟୀ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିଜେପି ଡିଜିଟାଲ ପ୍ଲାଟଫର୍ମକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ‘ନମୋ ଆପ’ର ବ୍ୟବହାର କରିବା ପାଇଁ କହିଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ଆପରେ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟ, ମନ୍ତ୍ରୀଙ୍କ ନୀତି, ବିଭିନ୍ନ ଯୋଜନାର ସର୍ଭେ ଚାଲୁଛି। ପ୍ରଧାନମନ୍ତ୍ରୀ ସାଧାରଣ ଲୋକମାନଙ୍କୁ ଏହି ସର୍ଭେରେ ଭାଗନେବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ବହୁଦିନ ଧରି ପ୍ରଧାନମନ୍ତ୍ରୀ ଲଗାତାର ନମୋ ଆପ ଜରିଆରେ ଲୋକଙ୍କ ସହ କଥା ହୋଇଥାନ୍ତି। ଏହି ଆପ ମାଧ୍ୟମରେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥାନ୍ତି। ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଆପ ଜରିଆରେ ଉତ୍ତର ଦେଇଥାନ୍ତି। ଏହା ମାଧ୍ୟମରେ ପୁଣିଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିବାକୁ କୁହାଯାଉଛି। ଏଥିପାଇଁ ବିଭିନ୍ନ ଟି-ସାର୍ଟ, ଟୋପି, ଆଦିରେ ନମୋ ଏଗେନ ଲେଖାଯାଇ ପ୍ରଚାର କରାଯାଉଛି। ନିକଟରେ ଦିଲ୍ଲୀ ରାମଲୀଲା ମଇଦାନରେ ଆୟୋଜିତ ବିଜେପି ପରିଷଦ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ, ଧର୍ମ୍ରେନ୍ଦ୍ର ପ୍ରଧାନ ନମୋ ଏଗେନର ପୋଷାକରେ ଦେଖାଯାଇଥିଲେ। ସେହିପରି ସାସଂଦ ଅନୁରାଗ ଠାକୁର ନିକଟରେ ପାର୍ଲ୍ୟାମେଣ୍ଟ ଯିବା ସମୟରେ ନମୋ ଏଗେନ ଶୀତପୋଷାକ ପିନ୍ଧିଥିଲେ।
ଞଙ୍ଗସଗ୍ଧଗ୍ଧରକ୍ସ ଇୟଗ୍ଦ ସଦ୍ଭଲକ୍ଟ ବଦ୍ଭୟ କ୍ଟ୍ରକ୍ସସଙ୍ଖବମଚ୍ଚ

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories