www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ଆୟୁଷ ଛାତ୍ର ସଂଘ ପାଳିବ କଳାଦିବସ: ଜେପି ନଡ୍ଡାଙ୍କୁ ଭେଟିବ ସଙ୍ଗଠନ

ଭୁବନେଶ୍ୱର : ହାଉସ ସର୍ଜନଙ୍କ ଭତ୍ତା ବୃଦ୍ଧି, ପ୍ରତିବର୍ଷ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ଆୟୁଷ ଡିସ୍ପେନସାରି ବୃଦ୍ଧି, ସମସ୍ତ ଆୟୁଷ ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ବୃଦ୍ଧି ଆଦି ଦାବି କରିଛି ରାଜ୍ୟ ଆୟୁଷ ଛାତ୍ର ସଙ୍ଗଠନ। ଏନେଇ ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ଏ ବିଷୟରେ ଆଲୋଚନା କରିଥିଲେ। ବୁଧବାର ପୁନଃ ମୁଖ୍ୟମନ୍ତ୍ରୀ ଓ ରାଜସ୍ବମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଆଜି ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ ତାଙ୍କ ଛାତ୍ର ସଙ୍ଗଠନ ଭେଟି ଆଲୋଚନା କରିବେ। ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଆକ୍ରମଣ ଓ ଗିରଫ ଘଟଣାକୁ ବର୍ଷେ ପୂରିଥିବାରୁ ଆଜି ରାଜ୍ୟ ଆୟୁଷ ଛାତ୍ର ସଙ୍ଗଠନ କଳାଦିବସ ପାଳନ କରିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ଦାବି ପୂରଣ ନକରି ନୂଆ ସରକାର ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଆଜି ଯେଉଁ ସବୁ ସମସ୍ୟା ଦେଇ ଆୟୁଷ ଛାତ୍ରଛାତ୍ରୀ ଗତି କରୁଛନ୍ତି । ଏବଂ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସଂଘର୍ଷ କରୁଛନ୍ତି ଏହି ସମସ୍ୟା ନୂଆ ଛାତ୍ରଛାତ୍ରୀମାନେ ନ ଭୋଗନ୍ତୁ ବୋଲି ରାଜ୍ୟ ଆୟୁଷ ଛାତ୍ର ସଂସଦ ମୁଖପାତ୍ର ଗିରିଧାରୀ ବିଶ୍ୱାଳ, ସଭାପତି ଡା. ଶୁଭେନ୍ଦୁ କୁମାର ସାହୁ ଓ ସମ୍ପାଦକ ସୁବ୍ରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆୟୁଷର ମୌଳିକ ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଥିଲା ରାଜ୍ୟ ଆୟୁଷ ଛାତ୍ର ସଂଗଠନ। ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟର ୭ ହୋମିଓପାଥି ଓ ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ଚାରି ଦଫା ଦାବି ନେଇ ନିଜ ନିଜ ମହାବିଦ୍ୟାଳୟରେ ପରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଥିଲେ। ତତ୍କାଳୀନ ସରକାର ସେମାନଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ଆନ୍ଦୋଳନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା। ଏହି ଘଟଣାର ପ୍ରତିବାଦ ସ୍ବରୂପ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ କଳାଦିବସ ପାଳନ କରାଯିବ। ପ୍ରତିବାଦ ସ୍ବରୂପ ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଛାତ୍ରଛାତ୍ରୀ କଳାବ୍ୟାଜ ପିନ୍ଧି ଉକ୍ତ ଘଟଣା ବିରୋଧରେ ପ୍ରତିବାଦ ସଭା ପୁରୀ, ଭୁବନେଶ୍ବର, ବ୍ରହ୍ମପୁର ଆଦି ସ୍ଥାନରେ କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories