www.samajalive.in
Sunday, December 14, 2025
16.1 C
Bhubaneswar

ହେଜବୋଲ୍ଲାକୁ ନିପାତ ପାଇଁ ଲେବାନନରେ ପଶିବ ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାକୁ ନିପାତ କରିବାକୁ ଇସ୍ରାଏଲ ନିଜ ଅଭିଯାନକୁ ଜୋରଦାର କରିଛି। ଗତ ଶନିବାରଠାରୁ ଲେବାନନରେ ଆଡ୍ଡା ଜମାଇଥିବା ହେଜବୋଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ରକେଟ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଆସୁଥିବା ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ ପାଇଁ ଯୋଜନା କରିଛି। ଏଥିପାଇଁ ଇସ୍ରାଏଲ ସେନା ଲେବାନନରେ ପ୍ରବେଶ କରିବ। ଗାଜା ଷ୍ଟ୍ରିପରେ ହମାସ ଆତଙ୍କବାଦୀ ସଂଗଠନକୁ ଯେଉଁ ଢଙ୍ଗରେ ଇସ୍ରାଏଲ ନିପାତ କରିଥିଲା, ଏଠାରେ ଠିକ ସେହିପରି ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ଯୋଜନା ଚଳାଇଛି। ଇସ୍ରାଏଲରେ ପଶି ହେଜବୋଲ୍ଲା ସଂଗଠନକୁ ଧୂଳିସାତ କରିବା ଲାଗି ପ୍ରସ୍ତୁତ ରହିବାକୁ ଇସ୍ରାଏଲ ସେନାମୁଖ୍ୟ ଯବାନମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପରେ ଖୁବଶୀଘ୍ର ଇସ୍ରାଏଲ ସୈନ୍ୟ ଲେବାନନରେ ପ୍ରବେଶ କରିବା ସ୍ପଷ୍ଟ ହେଉଛି।

ଇସ୍ରାଏଲ ପ୍ରତି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲାଠାରୁ ଅନେକ ବର୍ଷ ହେଲା ବିପଦ ରହିଆସିଛି। ଚଳିତବର୍ଷ ହମାସ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରିବା ପରେ ଏହା ପରଠାରୁ ଇସ୍ରାଏଲ ଏହି ଦୁଇ ସଂଗଠନର ମୂଳୋତ୍ପାଟନ କରିବା ଲାଗି ଯୁଦ୍ଧକୁ ଓହ୍ଲାଇଛି। ବିଗତ ୧୫ ଦିନ ମଧ୍ୟରେ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଶୈଳୀ ଅପଣାଇବାରେ ଲାଗିଛି। ପ୍ରଥମେ ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ ଘଟାଇ ହେଜବୋଲ୍ଲା​‌ ସଦସ୍ୟଙ୍କୁ ଦୁର୍ବଳ କରିବା ପରେ ବିଗତ ୪ ଦିନ ମଧ୍ୟରେ ସଂଗଠନର ପ୍ରାୟ ୧୬୦୦ ଠିକଣାକୁ ଟାର୍ଗେଟ କରି ରକେଟ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ୬୦୦ରୁ ଅଧିକ ହେଜବୋଲ୍ଲା ସଦସ୍ୟ ଏବଂ ସାଧାରଣ ନାଗରିକ ନିହତ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories